Only for Entertainment

ଓଡିଆ ସାଉଣ୍ଡ ଡିଜାଇନ ନିହାର ରଂଜନ ସାମଲ ପାଇଲେ ଫିଲ୍ମ ଫେୟାର ପୁରସ୍କାର !

76

ଫିଲ୍ମ ଫେୟାର ଆୱାର୍ଡ ହାତେଇ ପୁଣି ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି ଜଣାଶୁଣା ସାଉଣ୍ଡ ଡିଜାଇନର ନିହାର ରଂଜନ ସାମଲ । ଫିଲ୍ମ ‘ଉରି- ଦ ସର୍ଜିକାଲ ଷ୍ଟ୍ରାଇକ’ ପାଇଁ ସାଉଣ୍ଡ ଡିଜାଇନ କରିଥିବା ଓଡିଆ ପ୍ରତିଭାଙ୍କୁ ମିଳିଛି ଫିଲ୍ମ ଫେୟାର ମଂଚରେ ସମ୍ମାନ । ନିହାରଙ୍କ ସହ ଏହି ଫିଲ୍ମ ପାଇଁ ମିଳିତଭାବେ ଶବ୍ଦ ସଂଯୋଜନା କରିଥିଲେ ବିଶ୍ୱଦୀପ ଦୀପକ ଚାଟାର୍ଜୀ । ଫେବୃଆରୀ ୨ରେ ୬୫ତମ ଫିଲ୍ମ ଫେୟାର ସର୍ଟ ଫିଲ୍ମ ଓ ଟେକ୍ନନିକାଲ ବର୍ଗ ପାଇଁ ବିଜେତାଙ୍କ ନାଁ ଘୋଷଣା କରାଯାଇଥିଲା । ଯେଉଁଥିରେ ଓଡିଆ ସାଉଣ୍ଡ ଡିଜାଇନ ନିହାର ରଂଜନ ସାମଲଙ୍କ ନାଁ ଘୋଷଣା କରାଯାଇଛି ।

ଜାତୀୟ ଫିଲ୍ମ ପୁରସ୍କାର ସହ ଅନେକ ଜାତୀୟସ୍ତରର ସମ୍ମାନ ନିଜ ନାଁରେ କରିବାରେ ସଫଳ ହୋଇଛନ୍ତି ନିହାର । ତେବେ ଏହା ତାଙ୍କର ପ୍ରଥମ ଫିଲ୍ମ ଫେୟାର ପୁରସ୍କାର ନୁହେଁ। ପୂର୍ବରୁ ୨୦୧୪ରେ ‘ମାଡ୍ରାସ କେଫ୍’ ପାଇଁ ନିହାରଙ୍କୁ ମିଳିସାରିଛି ଫିଲ୍ମ ଫେୟାର ଆୱାର୍ଡ । ଏହି ସିନେମା ପାଇଁ ସେ ଶ୍ରେଷ୍ଠ ଶବ୍ଦଗ୍ରହଣକାରୀ ଭାବେ ଜାତୀୟ ଚଳଚିତ୍ର ପୁରସ୍କାର ମଧ୍ୟ ହାତେଇଥିଲେ । ‘ବାଜିରାଓ ମସ୍ତାନୀ’ ପାଇଁ ୨୦୧୬ରେ ନିହାରଙ୍କୁ ସର୍ବଶ୍ରେଷ୍ଠ ସାଉଣ୍ଡ ଡିଜାଇନର ସମ୍ମାନ ଦିଆଯାଇଥିଲା ।

ଓଡିଆ ସିନେମା ‘କୃଷ୍ଣାକାବେରୀ’ ପାଇଁ ମଧ୍ୟ ସାଉଣ୍ଡ ଡିଜାଇନ କରିଥିଲେ ନିହାର । କେବଳ ଓଲିଉଡ କିମ୍ବା ବଲିଉଡ ପାଇଁ ନୁହେଁ ବଙ୍ଗଳା,ମରାଠୀ ଓ ଅନ୍ୟ କିଛି ଆଂଚଳିକ ଭାଷାରେ ନିର୍ମିତ ସିନେମାରେ ସେ ନିଜ କଳା ପ୍ରଦର୍ଶନ କରିଛନ୍ତି । ସାଉଣ୍ଡ ଡିଜାଇନର, ସିଙ୍କ୍ ସାଉଣ୍ଡ ରେକର୍ଡିଷ୍ଟ ସହ ଅଡିଓଗ୍ରାଫର ଏବଂ ସାଉଣ୍ଡ ମିକ୍ସରଭାବେ ସେ ୪୦ରୁ ଉର୍ଦ୍ଧ୍ବ ବଲିଉଡ ସିନେମା ପାଇଁ କାମ କରିସାରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More