Only for Entertainment

ରିସେପସନ ସରିବା ପରେ ଗ୍ୟାଲେକ୍ସି ଆପାର୍ଟମେଂଟରେ ସଲମାନଙ୍କୁ ସାକ୍ଷାତ କଲେ ପ୍ରିୟଙ୍କା ଓ ନିକ,ଜାଣନ୍ତୁ କାହିଁକି ।

onekesy.gq
29

୨୦ ତାରିଖରେ ମୁମ୍ବାଇରେ ପ୍ରିୟଙ୍କା ଓ ନିକଙ୍କ ରିସେପସନ ସରିଛି । ସେଠାରେ ଶତାଧିକ ସେଲିବ୍ରେଟୀ ପହଂଚିଥିଲେ । ତେବେ ପରବର୍ତ୍ତୀ ମୁହୂର୍ତ୍ତରେ ଦୁଇ ଜଣ ଲସ ଆଂଜେଲସରେ ଏକ ବିରାଟ ପାର୍ଟି ଦେବେ ବୋଲି ସୂଚନା ମିଳିଛି । ତେବେ ସବୁଠାରୁ ଖାସ କଥା ହେଉଛି କୁହାଯାଉଛିଯେ ମୁମ୍ବାଇରେ ରିସେପସନ ପରେ ନିକ୍ୟଙ୍କା ସଲମାନଙ୍କୁ ସାକ୍ଷାତ କରିବା ପାଇଁ ଗ୍ୟାଲେକ୍ସି ଆପାର୍ଟମେଂଟରେ ପହଂଚିଥିଲେ ।

ଆଜ୍ଞା ହଁ ଦୁହେଁ ଖାନ୍‌ ପରିବାରର ଆର୍ଶୀବାଦ୍‌ ନେବା ପାଇଁ ଯାଇଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।ସୂଚନା ମୁତାବକ, କିଛି ଦିନ ତଳେ ନିଜ ବିବାହ ପାଇଁ ପ୍ରିୟଙ୍କା ଫିଲ୍ମ ‘ଭାରତ’କୁ ଶେଷ ମୂହୁର୍ତ୍ତରେ ଛାଡ଼ିଥିଲେ । ଏଥି ପାଇଁ ଫିଲ୍ମର ନିର୍ଦ୍ଦେଶକ ଏବଂ ଅଭିନେତା ସଲମାନଙ୍କୁ ଅନେକ ଅସୁବିଧାର ସାମ୍ନା କରିବାକୁ ପଡ଼ିଥିଲା । ସଲମାନ ଏବଂ ପ୍ରିୟଙ୍କା ମଧ୍ୟରେ ଫାଟ ସୃଷ୍ଟି ହୋଇଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଥିଲା । ତେବେ ନିକ୍‌ୟାଙ୍କାଙ୍କ ବିବାହ ଭୋଜିରେ ଯୋଗ ଦେଇ ସଲମାନ ସବୁ ଚର୍ଚ୍ଚାକୁ ମିଛ ବୋଲି ପ୍ରମାଣ କରିଛନ୍ତି । ଦୁହିଁଙ୍କ ମଧ୍ୟରେ ଥିବା ସବୁ ସଂପର୍କ ଆଗରୁ ଯେମିତି ଥିଲା ସେମିତି ଅଛି ବୋଲି ପ୍ରମାଣ ହୋଇ ସାରିଛି । ସଲମାନ ନିଜ କର୍ତ୍ତବ୍ୟ କରିବା ପରେ ପ୍ରିୟଙ୍କା ମଧ୍ୟ ପଛାଇ ନଥିଲେ । ସେ ସ୍ୱାମୀ ନିକ୍‌ଙ୍କ ନେଇ ସଲମାନଙ୍କ ଘରେ ପହଞ୍ଚି ଖାନ୍‌ ପରିବାରର ଆର୍ଶୀବାଦ୍‌ ନେବା ସହ ସଲମାନଙ୍କୁ ଧନ୍ୟବାଦ୍‌ ଜଣାଇଥିବା ସୂଚନା ମିଳିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More