Only for Entertainment

କନକ ଷ୍ଟୁଡିଓରେ ଚାଲିଛି ଓଲିଉଡ କ୍ୱିନ ବର୍ଷାଙ୍କ ଆଗାମୀ ଫିଲ୍ମ ‘ନିମକି’ର ସୁଟିଂ, ସୁଟିଂ ସେଟରେ ନଜର ଆସିଲେ ବାରବାଟୀ ବିଧାୟକ ।

0 59

ଓଲିଉଡରେ ଆରମ୍ଭ ହୋଇଯାଇଛି ‘ନିମକି’ଙ୍କ ଯାତ୍ରା । ମାନେ ଆଗାମୀ ଓଲିଉଡ ପଲିଟିକାଲ ଡ୍ରାମା ଫିଲ୍ମ ନିମକି – ନିମପୁରରୁ ନବୀନ ନିବାସର ଆରମ୍ଭ ହୋଇଯାଇଛି ସୁଟିଂ ।

 

 

ଏହା ଏକ ୱିମେନ୍ ସେଂଟ୍ରିକ ଚଳଚ୍ଚିତ୍ର ହୋଇଥିବା ବେଳେ, ଏଥିରେ ମୁଖ୍ୟ ଭୂମିକାରେ ଅଭିନେତ୍ରୀ ବର୍ଷାଙ୍କୁ ଦେଖିବାକୁ ମିଳିବ । ଫିଲ୍ମକୁ ନେଇ ଦର୍ଶକଙ୍କ ଭିତରେ ଅନେକ ଉକ୍ରଣ୍ଠା ଦେଖିବାକୁ ମିଳିଛି ।

ଜୋରସୋରରେ ଆଗେଇ ଚାଲିଛି ଆଗାମୀ ପଲିଟିକାଲ୍ ଡ୍ରାମା ଫିଲ୍ମ ନିମକି – ନିମପୁରରୁ ନବିନ ନିବାସର ସୁଟିଂ । ଆଉ ପ୍ରତ୍ୟେକ ଦିନ ଫିଲ୍ମର ସୁଟିଂ ସେଟରୁ ବେଶ କିଛି ଖବର ପ୍ରଶଂସକଙ୍କ ସହ ସେୟାର୍ କରୁଛନ୍ତି ନିର୍ଦ୍ଦେଶକ ସୁଶାନ୍ତ ମଣି ।

 

ତେବେ ଆଜି ଅପରାହ୍ନରେ ସୁଟିଂ ଦେଖିବାକୁ ମିଳିଥିଲା କନକ ନ୍ୟୁଜ ସେଟରେ । ଓଲିଉଡ କ୍ୱିନ ବର୍ଷାଙ୍କ ସହ ନଜର ଆସିଥିଲେ ବାରବାଟୀ ବିଧାୟକ ଦେବାଶିଷ ସାମନ୍ତାରାୟ ।

ରାଜନୀତି ଉପରେ ଏହି ଫିଲ୍ମ ଆଧାରିତ ହେଉଥିବାରୁ ଫିଲ୍ମରେ ଅନେକ ରାଜନେତାଙ୍କୁ ମଧ୍ୟ ଦେଖିବାକୁ ମିଳିବ ଏହି ଫିଲ୍ମରେ । ତେବେ ଆଗକୁ ଏହି ଫିଲ୍ମରେ କ’ଣ ସବୁ ରୋମାଂଚକର ଦୃଶ୍ୟ ଦେଖିବାକୁ ବାକି ରହିଲା ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More