Only for Entertainment

ବହୁଦିନର ଅପେକ୍ଷା ପରେ ରିଲିଜ ହେଲା ନିମକିର ଟ୍ରେଲର ।

youtube
0 60

ଗତକାଲି ନିମକିର ଟ୍ରେଲର ରିଲିଜ ହୋଇଯାଇଛି । ବହୁଦିନ ଅପେକ୍ଷା ପରେ ଓଲିଉଡ କ୍ୱିନ ବର୍ଷାଙ୍କ ଫିଲ୍ମ ‘ନିମକି’ର ଟ୍ରେଲର ରିଲିଜ ହୋଇଛି । ଗତକାଲି କ୍ୱିନ ବର୍ଷାଙ୍କ ଜନ୍ମଦିନ ଅବସରରେ ଏହି ଫିଲ୍ମର ଟ୍ରେଲର ରିଲିଜ କରାଯାଇଛି । ଏହି ଫିଲ୍ମରେ ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ଶୁଶାନ୍ତ ମଣୀ । ଏକ ଭିନ୍ନ ଚଳଚିତ୍ରର କାହାଣୀକୁ ନେଇ ତିଆରି କରାଯାଇଛି ଫିଲ୍ମ ନିମକି । ଏହି ଫିଲ୍ମରେ ଏକ ସାଧାରଣ ଝିଅର ଅସାଧାରଣ କାହାଣୀକୁ ଦର୍ଶକ ଦେଖିବାକୁ ପାଇବେ । ଛୋଟବେଳୁ ସଂଘର୍ଷମୟ ଜୀବନ ଜିଇଁଥିବା ନିିମକିକୁ ବାରମ୍ବାର ସହିବାକୁ ପଡୁଥିଲା ସମାଜର ଆଘାତ, ତଥାପି ହାର୍ ମାନିନି ସେ, ବରଂ ନିଜକୁ ସଦୃଢ କରି ଲକ୍ଷ୍ୟପଥରେ ଆଗେଇ ଚାଲିଛି ନିମକି ।

ପ୍ରଥମଥର ପାଇଁ ଏକ ଭିନ୍ନ ଚରିତ୍ରରେ ନଜର ଆସିବେ ଅଭିନେତ୍ରୀ ବର୍ଷା । ୨୦୧୭ରେ ଶେଷ ଥର ପାଇଁ ସେ ରୋମିଓ ଜୁଲିଏଟରେ ଦେଖାଦେଇଥିଲେ । ଏହା ପରେ ଲମ୍ବା ସମୟ ଧରି ପରଦାରେ ଦେଖିବାକୁ ମିଳି ନଥିଲା ତାଙ୍କୁ । ଏବେ ପୁଣିଥରେ ନିମକି ଫିଲ୍ମ ଜରିଆରେ ଏକ ସାଧାରଣ ଗାଉଁଲି ଝିଅ ଭୂମିକାରେ ନଜର ଆସିବେ ବର୍ଷା । ଯାହାର ରାଜନିତୀରେ ଯୋଗ ଦେବା ପାଇଁ ଖୁବ୍ ଆଗ୍ରହ ରହିଛି । ଏକ ଛୋଟ ଗାଁ -ନିମପୁରରୁ ନବୀନ ନିବାସ ଯାଏଁ ତାଙ୍କ ସଂଘଷପୂର୍ଣ୍ଣ ଯାତ୍ରା ଦର୍ଶକ ଏହି ଫିଲ୍ମରେ ଦେଖିବାକୁ ପାଇବେ । ଏଥିରେ ବହୁ ପ୍ରତୀକ୍ଷିତ ନେତା ମଧ୍ୟ ନଜର ଆସିବେ ।

ଫିଲ୍ମକୁ ସୁଶାନ୍ତ ମଣି ନିର୍ଦ୍ଦେଶନା ଦେଇଥିବା ବେଳେ ସଙ୍ଗୀତ ନିଦ୍ଦେର୍ଶକ ଅଛନ୍ତି ପ୍ରେମାନନ୍ଦ ସେହିପରି ଡାଏଲଗ ଦେଇଛନ୍ତି ଦିଲ୍ଲୀପ ଚୌଧୁରୀ । ଫିଲ୍ମର କନସେପ୍ଟ ଦେଇଛନ୍ତି ବର୍ଷା ପ୍ରିୟଦର୍ଶିନୀ ।ତେବେ ଖୁବ୍ ଶୀଘ୍ର ଫିଲ୍ମଟି ପରଦା ଉପରେ କଣ ଧମାଲ ମଚାଇବ ତାହା ଦେଖିବାକୁ ରହିଲା ବାକି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More