Only for Entertainment

ଘୋଡା ଚଳାଉଥିବା ବେଳେ ତଳେ ପଡ଼ିଗଲା ୯ବର୍ଷ ର ବାଳକ, ପୁଣିଥରେ ଘୋଡାରେ ବସି ଏଭଳି ଜିତିଲେ ରେସ !

49

ଏଇ କିଛି ଦିନ ହେବ ସୋସିଆଲ ମିଡିଆରେ ୯ବର୍ଷ ବାଳକର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ଦେଖିବାକୁ ମିଳୁଛି ବାଳକଟି କୌଣସି ସୁରକ୍ଷିତ କବଚ ନପିନ୍ଧି ଦୌଡ଼ୁଥିବା ଘୋଡାର ସବାରୀ କରୁଛି ଏବଂ ରାସ୍ତାରେ ଖସି ପଡ଼ୁଛି। ଏହି ଭିଡିଓଟି ଏକ ଘୋଡା ଦୌଡ଼ ସମୟର ବୋଲି ଜଣାପଡ଼ିଛି।

ପିଲାଟି ଘୋଡାକୁ ନେଇ ଘୋଡା ଦୌଡ଼ରେ ସାମିଲ ହୋଇଥିଲା। ତେବେ ଘୋଡାଟି ଦୌଡ଼ୁଥିବା ସମୟରେ ୯ବର୍ଷର ବାଳକଟି ହଠାତ ତଳେ ପଡ଼ି ଯାଇଥିଲା ଓ ଘୋଡା ଦୌଡ଼ି ପାଳାଇ ଥିଲା। ଏହାପରେ ପିଲାଟି ହାର ନମାନି ମୋଟରସାଇକେଲରେ ଯାଇ ଘୋଡା ପାଖରେ ପହଞ୍ଚି ପୁଣି ନିଜର ଦୌଡ଼ ଆରମ୍ଭ କରିଥିଲା। ତେବେ ଏହା କୌଣସି ସିନେମାର କାହାଣୀ ନୁହେଁ ବାସ୍ତବରେ ଏମିତି ଏକ ଘଟଣା ବେଙ୍ଗାଲୁରୁର କେରୁର ଗ୍ରାମର ଚିକ୍କୋଡିରେ ଘଟିଛି।

ତେବେ ତଳେ ଦିଆଯାଇଥିବା ଭିଡିଓରେ ଆପଣ ପୂରା ଘଟଣା ବିଷୟରେ ଜାଣି ପାରିବେ। ତେବେ ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିବା ଏହି ଭିଡିଓ ପଛରେ ସିନେମା ‘ବାହୁବଳୀ’ର ଗୀତ ଛନ୍ଦା ହୋଇଛି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More