Only for Entertainment

ବଲିଉଡରେ ନିର୍ଦ୍ଦେଶକଙ୍କ ମଧ୍ୟରେ ପ୍ରଥମ ସ୍ଥାନରେ ରହିଲେ ରୋହିତ ସେଟ୍ଟୀ ।

timesnownews.com
50

ଗୋଟିଏ ପାଶ୍ୱର୍ରେ ବଲିଉଡରେ ଯେତେବେଳେ ତିନି ଖାନଙ୍କ ପାଇଁ ସମୟ କିଛି ଭଲ ନଥିଲା ନିର୍ଦ୍ଦେଶକ ରୋହିତ ସେଟ୍ଟୀ ହିଟ ମେସିନ ଭାବରେ ସାବ୍ୟସ୍ତ ହେଲେ । ରୋହିତ ବଲିଉଡର ଏଭଳି ନିର୍ଦ୍ଦେଶକ ହୋଇ ସାରିଛନ୍ତି ଯିଏ ଲଗାତାର ୮ଟି ହିଟ ଫିଲ୍ମ ଦେଇଛନ୍ତି ଯେଉଁ ଗୁଡ଼ିକ ୧୦୦ କୋଟି କ୍ଲବରେ ସାମିଲ ହୋଇଛି । ନିକଟରେ ରିଲିଜ ହୋଇଥିବା ରୋହିତଙ୍କ ଫିଲ୍ମ ସିମ୍ବା ବକ୍ସ ଅଫିସରେ ହିଟ ସାବ୍ୟସ୍ତ ହୋଇଛି । ରିଲିଜର ଏକ ସପ୍ତାହରେ ପ୍ରାୟ ୧୨୫ କୋଟିର ରୋଜଗାର କରିଛି । ଗୋଲମାଲ ଥ୍ରିର ପ୍ରଥମ ଦୁଇଟି ଭର୍ସନ ୧୦୦ କୋଟି ପାର କରିନଥିଲା କିନ୍ତୁ ଗୋଲମାଲ ଥ୍ରି ୧୦୦ କୋଟି ପାର କରି ବକ୍ସ ଅଫିସରେ ଏକ ସ୍ଥାନ ସୃଷ୍ଟି କରିପାରିଛି ।

ରୋହିତଙ୍କ ସିଙ୍ଘମ ୫୫ କୋଟିରେ ନିର୍ମାଣ ହୋଇଥିଲେ ମଧ୍ୟ ୧୫୦ କୋଟିର ରୋଜଗାର କରିଥିଲା । ଫିଲ୍ମକୁ ଦର୍ଶକ ଖୁବ ପସନ୍ଦ କରିଥିଲେ ।
୬୬ କୋଟି ବଜେଟରେ ନିର୍ମାଣ ହୋଇଥିବା ବୋଲ ବଚ୍ଚନ ୧୮୭ କୋଟିର ବିଜନେସ କରିଥିଲା ।
୧୧୫ କୋଟି ବଜେଟରେ ନିର୍ମାଣ ହୋଇଥିବା ଚେନ୍ନାଇ ଏକ୍ସପ୍ରେସ ୪୨୩ କୋଟିର ବାଣିଜ୍ୟ କାରବାର କରିଥିଲା । ପ୍ରଥମ ଥର ଏହି ଫିଲ୍ମରେ ଶାହାରୁଖ ୨୦୦ କୋଟି କ୍ଲବରେ ପ୍ରବେଶ କରିଥିଲେ ।
୧୦୫ କୋଟି ବଜେଟରେ ନିର୍ମିତ ସିଙ୍ଘମ ରିଟର୍ନ୍ସ ୨୧୬.୫୬ କୋଟିର ବିଜନେସ କରିଥିଲା ।
୧୧୦ କୋଟିରେ ନିର୍ମିତ ଦିଲୱାଲେ ୪୦୮.୯୭ କୋଟିର ଇନକମ କରିଥିଲା ।
ଗୋଲମାଲ ଅଗେନ ମଧ୍ୟ ୨୦୦ କୋଟିର ବିଜନେସ କରିଥିଲା ।
ନିକଟରେ ରିଲିଜ ହୋଇଥିବା ସିମ୍ବା ପ୍ରଥମ ସପ୍ତାହରେ ୧୨୫ କୋଟିର ବିଜନେସ କରିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More