Only for Entertainment

ନୋ ଟାଇମ୍ ଟୁ ଡାଏ ଟ୍ରେଲର: ୧୭ଅରବ ଅଟେ ଫିଲ୍ମର ବଜେଟ,ଫେରୁଛନ୍ତି ଜେମ୍ସ ବଣ୍ଡ !

56

ଜେମ୍ସ ବଣ୍ଡଙ୍କ ଫିଲ୍ମ ନାଁ ଶୁଣିଲେ ପ୍ରଥମେ ମୁଣ୍ଡରେ ଆସେ ନିଶ୍ଚୟ ଆକ୍ସନ ଏବଂ ଥ୍ରିଲର ଷ୍ଟୋରୀ ଦେଖିବାକୁ ମିଳିବ । ତେବେ ଫ୍ୟାନ୍ସମାନଙ୍କ ପାଇଁ ଖୁସି ଖବର ଯେ ଡେନିଏଲ କ୍ରେଗ ପୁଣି ଥରେ ଜେମ୍ସ ବଣ୍ଡଙ୍କ ଅନ୍ଦାଜରେ ଫେରିବାକୁ ପ୍ରସ୍ତୁତ ହେଉଛନ୍ତି ।

ଫିଲ୍ମର ଟ୍ରେଲର ରିଲିଜ କରିଦିଆ ଯାଇଛି ଏବଂ ଦର୍ଶକଙ୍କୁ ଏଭଳି କିଛି ଦେଖିବାକୁ ମିଳିବ ଯାହା ସେମାନେ ଏବେ ପର୍ଯ୍ୟନ୍ତ ଦେଖି ନାହାନ୍ତି କି କଳ୍ପନା କରିନାହାନ୍ତି । ବଣ୍ଡ ଫିଲ୍ମ ଆକ୍ସନ ଏବଂ ଥ୍ରିଲର ତ ଜବରଦସ୍ତ ରହିଛି । କିନ୍ତୁ ଜେମ୍ସ ଏଥର ନିଜ ଅତୀତ ସହ ସଂଘର୍ଷ କରୁଥିବାର ଦେଖିବାକୁ ମିଳିବ ।

କୈରୀ ଜୋଜୀଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ଏହି ଫିଲ୍ମର ଟ୍ରେଲରରେ ଦର୍ଶକଙ୍କର ଜବରଦସ୍ତ ପ୍ରତିକ୍ରିୟା ଦେଖିବାକୁ ମିଳିଛି । ଏହାପରେ ଫ୍ୟାନ୍ସ ଆଉ ଅଧିକ ଦିନ ଫିଲ୍ମକୁ ଅପେକ୍ଷା କରିପାରିବେ ନାହିଁ । ଭାରତୀୟ ଦର୍ଶକଙ୍କୁ ଏଠାରେ କହି ରଖୁଛୁ ଯେ ଫିଲ୍ମ ଏଠାରେ ୮ଅପ୍ରେଲ ୨୦୨୦ରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More