Only for Entertainment

ଟ୍ରେଲର ନାହିଁ କି ଟିଜର ନାହିଁ ସିଧାସଳଖ ରିଲିଜ ହେବ ବାବୁଶାନଙ୍କ ଏହି ଫିଲ୍ମ !

56

ଆସନ୍ତାକାଲି ରିଲିଜ ହେବାକୁ ଯାଉଛି ବାବୁଶାନଙ୍କ ଅପକମିଂ ଫିଲ୍ମ ମିଷ୍ଟର ମଜନୁ । ତରଙ୍ଗ ସିନେ ପ୍ରଡକ୍ସନରେ ରିଲିଜ ହେବାକୁ ଯାଉଛି ଫିଲ୍ମ । ଏହି ଫିଲ୍ମରେ ବାବୁଶାନଙ୍କ ସହ ନଜର ଆସିବେ ଆଉ ୩ଟି ଅଭିନେତ୍ରୀ । ନିକଟରେ ଏହି ଫିଲ୍ମର ଗୀତ ରିଲିଜ ହୋଇଥିଲା । ଯାହା ଦର୍ଶକଙ୍କୁ ଖୁବ ପସନ୍ଦ ଆସିଥିଲା । ଏହି ଫିଲ୍ମର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ଅଶୋକ ପତି । ତେବେ ଏହି ଫିଲ୍ମ ଦଶହରା ପର୍ବରେ କ’ଣ କମାଲ ଦେଖାଇବ ତାହା ଦେଖିବା ବାକି ରହିଲା ।

ତେବେ ଫିଲ୍ମ ବିଷୟରେ ଏବେ ପର୍ଯ୍ୟନ୍ତ କୌଣସି କାହାଣୀ ସ୍ପଷ୍ଟ ଜଣା ପଡିନାହିଁ । ଫିଲ୍ମର ପୋଷ୍ଟର ରିଲିଜ ହେଉ ହେଉ ଫ୍ୟାନ୍ସମାନେ ଖୁବ ଟ୍ରୋଲ କରିବାରେ ଲାଗିପଡିଛନ୍ତି । କେହି କେହି କହିଛନ୍ତି ଯେ ଫିଲ୍ମ ଟ୍ରେଲର ଆଗୁଆ ରିଲିଜ ହୋଇନାହିଁ କାରଣ ଏହାର କାହାଣୀ କେଉଁ ଫିଲ୍ମର କପି ହୋଇଥିଲେ ଲୋକେ ଦେଖିବାକୁ ଯିବେ ନାହିଁ । ଏହି ଭୟରେ ହୁଏତ ନିର୍ମାତା ଫିଲ୍ମର ଟ୍ରେଲର ରିଲିଜ କରିନାହାନ୍ତି । ସେ ଯାହା ହେଉ ନା କାହିଁକି , ବାବୁଶାନଙ୍କ ଫିଲ୍ମକୁ ଦର୍ଶକ ଖୁବ ପସନ୍ଦ କରନ୍ତି । ତେବେ ଫିଲ୍ମ ଜବରଦସ୍ତ କି ନାହିଁ ତାହା ରିଲିଜ ହେବା ପରେ ଜଣାପଡିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More