Only for Entertainment

ଶ୍ରୀଦେବୀଙ୍କ ମୃତ୍ୟୁରେ ସଲମାନଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ନ ଆସିବାର କାରଣ କ’ଣ?

jfwonline.com
0 87

ଶ୍ରୀଦେବୀଙ୍କ ମୃତ୍ୟୁରେ ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ବଲିଉଡ ତାରକା ମାନଙ୍କ ବିଭିନ୍ନ ପ୍ରତିକ୍ରିୟା ଦେଖିବାକୁ ମିଳିଛି । କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଏପର୍ଯ୍ୟନ୍ତ ସଲମାନଙ୍କ ତରଫରୁ କୌଣସି ପ୍ରତିକ୍ରିୟା ଦେଖିବାକୁ ମିଳିନାହିଁ ।

ବହୁ ସମୟରେ ଶ୍ରୀଦେବୀ ଏବଂ ସଲମାନଙ୍କ ମଧୁର ସମ୍ପର୍କକୁ ନେଇ ବିଭିନ୍ନ ଖବର ଶୁଣିବାକୁ ମିଳିଥାଏ । ଶ୍ରୀଦେବୀ ନିଜ ପରିବାରକୁ ଯେତିକି ଭଲ ପାଆନ୍ତି ପେଣ୍ଟିଂ କୁ ମଧ୍ୟ ସେତିକି ଭଲ ପାଆନ୍ତି । ସଲମାନଙ୍କୁ ସେ ନିଜେ ପେଣ୍ଟିଂ ତିଆରି କରି ଉପହାର ଦେଇଥିଲେ । ଏହା ମଧ୍ୟ ଶୁଣିବାକୁ ମିଳେଯେ,ସେ ହେଉଛନ୍ତି ସଲମାନ ଯିଏ ଶ୍ରୀଦେବୀଙ୍କୁ ପେଣ୍ଟିଂ କରିବାକୁ ଉତ୍ସାହିତ କରିଥିଲେ ।

ଏବେ ପ୍ରଶ୍ନ ଉଠୁଛି ଶ୍ରୀଦେବୀଙ୍କର ଏତେ ନିଜର ହୋଇଥିବା ପରେ ମଧ୍ୟ ସଲମାନଙ୍କ ତରଫରୁ କୌଣସି ପ୍ରତିକ୍ରିୟା ନ ଆସିଥିବାର କାରଣ କ’ଣ । ଏହାର ବାସ୍ତବ କଥା ହେଉଛି ସଲମାନ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଖୁବ କମ ଟ୍ୱିଟ କରନ୍ତି । ସଲମାନଙ୍କ ବ୍ୟକ୍ତିଗତ ସ୍ଥାନରେ ଶ୍ରୀଦେବୀଙ୍କ ପାଇଁ ଏକ ମୁଖ୍ୟ ସ୍ଥାନ ଥିଲା । ତେବେ କିଛି ଅନୁଭବ ଏଭଳି ଥାଏ,ଯାହାକୁ ଶବ୍ଦରେ ପ୍ରକାଶ କରାଯାଇ ନପାରେ । ସଲମାନ ମଧ୍ୟ ତାଙ୍କ ଦୁଃଖକୁ ତାଙ୍କ ପରିବାରଙ୍କ ସହିତ ବାଂଟିବାକୁ ଚାହିଁଛନ୍ତି । ତେବେ ସେ ଶ୍ରଦ୍ଧାଂଜଳି ଦେବା ପାଇଁ ଅନିଲ କପୁରଙ୍କ ଘରକୁ ପହଂଚିଥିଲେ ।

ସଲମାନ ବିଭିନ୍ନ ସମୟରେ ଶ୍ରୀଦେବୀଙ୍କ କାମକୁ ପ୍ରଶଂସା କରନ୍ତି । ଶ୍ରୀଦେବୀଙ୍କୁ ‘ଷ୍ଟାର ଅଫ ଦ ମିଲେନିୟମ’ ପୁରଷ୍କାର ଘୋଷଣା କରିବା ସମୟରେ ସେ କହିଥିଲେଯେ, ‘ମୁଁ,ଅମୀର,ଅକ୍ଷୟ,ଶାହାରୁଖ ଜୀବନରେ ଯେତେ ବି ଫିଲ୍ମ କରିଛୁ ସମସ୍ତକୁ ମିଶାଇଲେ ପାଖାପାଖି ୨୫୦ରୁ ୨୭୫ ହେବ । କିନ୍ତୁ ଆମ ମଧ୍ୟରେ ଜଣେ ଏମିତି ମହିଳା ବସିଛନ୍ତି ଯିଏ ୩୦୦ ଫିଲ୍ମ କରିଛନ୍ତି । ସେ ଜଣେ ମା’,ଗାୟିକା,ନୃତ୍ୟ ନୃତ୍ୟଶିଳ୍ପୀ’ ଏବଂ ବହୁତ କିଛି । ଏହା କେବଳ ଭଗବାନ କହିପାରିବେ ସେ ଏତେ କାମ କେମିତି କରୁଛନ୍ତି । ସେ କେହି ନୁହଁନ୍ତି,ସେ ହେଉଚନ୍ତି ଶ୍ରୀଦେବୀ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More