Only for Entertainment

ଟେବୁଲ ଉପରେ ନିଜ ୬ମାସର ଯମଜ ସନ୍ତାନକୁ ରଖି କାମ କରୁଥିବାର ଫଟୋ ଭାଇରାଲ, ପାଲଟିଲେ ପ୍ରେରଣା !

38

ରବିବାର ସାରା ଦେଶରେ ଲୋକମାନେ ମାତୃତ୍ୱ ଦିବସକୁ ପାଳନ କରିଥିଲେ । ସମସ୍ତେ ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ଫଟୋ ସେୟାର କରି ମାତୃତ୍ୱ ଦିବସର ଶୁଭେଚ୍ଛା ଦେବା ସହ ନିଜ ପରିବାର ସହ ଏହି ଦିନଟିକୁ କଟାଇଥିବା ଦେଖାଯାଇଥିଲା । ତେବେ ଏହି ଦିନ ନୋଏଡାର ଜଣେ ମହିଳା ପୁଲିସକର୍ମୀଙ୍କ ପାଇଁ କିଛି ଭିନ୍ନ ନଥିଲା । ସବୁ ଦିନ ଭଳି ସେ କାମ କରିବା ପାଇଁ ପୁଲିସ ଷ୍ଟେସନରେ ପହଞ୍ଚି ଯାଇଥିଲେ। କିନ୍ତୁ କାମ ସହ ସେ ଗୋଟେ ମା’ର କର୍ତ୍ତବ୍ୟ କରିବା ଭୁଲି ନଥିଲେ ।

ଘରେ ସମ୍ଭାଳିବା ପାଇଁ କେହି ନଥିବାରୁ ମହିଳା ପୁଲିସକର୍ମୀଜଣଙ୍କ ନିଜ ୬ମାସର ଯମଜ ସନ୍ତାନଙ୍କୁ ଧରି କାମ କରିବା ପାଇଁ ପହଞ୍ଚିଥିଲେ । ପୁଲିସ ଷ୍ଟେସନରେ କେହି ଧରିବା ପାଇଁ ନ ଥିବାରୁ ମହିଳା ପୁଲିସକର୍ମୀଜଣଙ୍କ କାମ କରୁଥିବା ଟେବୁଲ ଉପରେ ଦୁଇ ସନ୍ତାନକୁ ଶୁଆଇ କାମ କରିବା ଆରମ୍ଭ କରିଥିଲେ । ତେବେ ନିଜ ସହକର୍ମୀଙ୍କ ଏଭଳି କାମ ଦେଖି ଅନ୍ୟ ଜଣେ ପୁଲିସକର୍ମୀ ଫଟୋ ଉଠାଇବା ସହ ନୋଏଡା ପୁଲିସର ଟୁଇଟ୍‌ର ଅକାଉଣ୍ଟରେ ଏହା ସେୟାର କରିଥିଲେ । ଏହା ଏବେ ଭାଇରାଲ ହେବା ସହ ମହିଳା ପୁଲିସକର୍ମୀଜଣଙ୍କ ଅନେକଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More