Only for Entertainment

ବର୍ଥଡେ ସ୍ପେଶାଲ : କାନାଡାରେ ବିକୁଥିଲେ ଲଟ୍ରି ଟିକେଟ, ଆଜି ଏହି ଅଭିନେତ୍ରୀଙ୍କର ଅନେକ ଫ୍ୟାନ !

39

ନୋରା ଫତେହିଙ୍କର ଆଜି ୨୭ତମ ଜନ୍ମ ଦିବସ । ଚାଲନ୍ତୁ ଜାଣିବା ତାଙ୍କ ବିଷୟରେ କିଛି ରୋମାଂଚକର ଘଟଣା ।

ବଲିଉଡରେ ନିଜର ସେକ୍ସି ଡ୍ୟାନ୍ସ ମୁଭ୍ସ କାରଣରୁ ଆଜି ଏକ ଭିନ୍ନ ସ୍ଥାନରେ ନିଜର କାୟା ବିସ୍ତାର କରି ପାରିଛନ୍ତି ଏହି ଅଭିନେତ୍ରୀ । ନୋରା କାନାଡାର ବାସିନ୍ଦା ଅଟନ୍ତି । ନୋରା ଫିଲ୍ମ ପରିବର୍ତ୍ତେ ବିବାଦୀୟ ଶୋ’ ବିଗବସ ସିଜନ୬ର ୱାଇଲ୍ଡ କାର୍ଡ ପ୍ରତିଯୋଗୀ ହୋଇ ଆସିଥିଲେ ।

ଏକ ସାକ୍ଷାତକାରରେ ନୋରା ନିଜ କ୍ୟାରିଅର ପୂର୍ବ ସଂଘର୍ଷ ବିଷୟରେ କହିଥିଲେ । ସେ ପ୍ରଥମେ କାନାଡାର ଏକ ପୁରୁଷଙ୍କ ପାଇଁ ଥିବା ସପିଂ ମଲରେ କାମ କରୁଥିଲେ । ସେହି ସମୟରେ ସେ ହାଇସ୍କୁଲରେ ପଢୁଥିଲେ । ନୋରାଙ୍କ କହିବା ମୁତାବକ ତାଙ୍କୁ ଷ୍ଟୋର ବୁଝିବା ଭାର ଦିଆଯାଇଥିଲା । ତାଙ୍କର ପ୍ରଥମ ଦରମା ୧୦୦୦ଡଲାର ଥିଲା ।

ଏହାପରେ ସେ ଏକ ଟେଲିକଲର ଭାବେ ଚାକିରୀ କରୁଥିଲେ । ଏଥିରେ ସେ ଲଟ୍ରି ଟିକେଟ ବିକୁଥିଲେ ଏବଂ ଏହି ଚାକିରୀ ସେ କେବଳ ୬ମାସ ପର୍ଯ୍ୟନ୍ତ କରିଥିଲେ । ଏଥିପାଇଁ ତାଙ୍କୁ ଦରମା ଏବଂ କମିଶନ ମିଳୁ୍ଥିଲା ।

ଏହାପରେ ନୋରା କହିଥିଲେ ଯେ ସେ ଏକ କଫି ଶପରେ ୱେଟରସ ଭାବେ କାମ କରୁଥିଲେ । ଏହିସମୟରେ ସେ ରାତି ଦିନ ଦୁଇ ଟାଇମ କାମ କରୁଥିଲେ ଏବଂ କିଛି ମାସ ପରେ ଏହି ଚାକିରୀ ମଧ୍ୟ ଛାଡି ଏକ ଏଜେନ୍ସିରେ କାମ କରୁଥିଲେ । ସେ ସବୁବେଳେ ପରଫର୍ମର ହେବା ଲାଗି ଚେଷ୍ଟା କରି ଆସୁଥିଲେ ।

ନୋରାଙ୍କ କହିବା ମୁତାବକ କିଛି ମାସ ପରେ ତାଙ୍କୁ ଭାରତରେ ଏକ ଆଡ ଫିଲ୍ମ ପାଇଁ କାମ ମିଳିଥିଲା । ଆରମ୍ଭରୁ ତାଙ୍କୁ କିଛି ଭାଷା ଆସୁନଥିଲା । କିଛି ଦିନ ପରେ ସେ ନିଜ ଶୋ’ ର ହୋଷ୍ଟ ଏବଂ ଡ୍ୟାନ୍ସ କରିବା ପାଇଁ ମଉକା ପାଇଥିଲେ ।
ନୋରାଙ୍କ କାମ ବିଷୟରେ କହିବାକୁ ଗଲେ ନୋରା ଏବେ ସଲମାନ ଖାନଙ୍କ ଫିଲ୍ମ ‘ଭାରତ’ରେ ନଜର ଆସିବାକୁ ଯାଉଛନ୍ତି । ଏହି ଫିଲ୍ମ ଇଦରେ ରିଲିଜ ହେବ । ପୂର୍ବବର୍ଷ ‘ସତ୍ୟମେବ ଜୟତେ’ଫିଲ୍ମର ‘ଦିଲବର-ଦିଲବର’ ଗୀତରେ ଆଇଟମ ଡ୍ୟାନ୍ସ କରିଥିଲେ , ଯାହା ଖୁବ ଭାଇରାଲ ହୋଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More