Only for Entertainment

ନିଜ ଗୀତ ‘ପେପେଟା’ରେ ନୋରା ଫତେହି କଲେ ଜବରଦସ୍ତ ଡାନ୍ସ, ଭାଇରାଲ ହେଲା ଭିଡିଓ !

69

ନୋରା ଫତେହିଙ୍କ ଡାନ୍ସ ଅନ୍ଦାଜ ଖୁବ ନିଆରା ଅଟେ ଏବଂ ତାଙ୍କ ଡାନ୍ସର ଲକ୍ଷ ଲକ୍ଷ ଫ୍ୟାନ୍ସ । ନିକଟରେ ତାଙ୍କ ଗୀତ ‘ପେପେଟା’ ରିଲିଜ ହୋଇଛି ଏବଂ ରିଲିଜ ସହ ନୋରାଙ୍କ ବାର୍ବି ଗର୍ଲ ଷ୍ଟାଇଲ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛି । ନିଜର ଏହି ଗୀତରେ ନୋରାଙ୍କ ଭିନ୍ନ ଲୁକ ଦେଖିବାକୁ ମିଳିଛି । କିନ୍ତୁ ନୋରା ନିଜର ଏହି ଗୀତରେ ୟୁଟ୍ୟୁବର ଫେମସ ଡାନ୍ସର ମାଲବିନ ଲୁଈସଙ୍କ ସହ ଡାନ୍ସିଂ ଭିଡିଓ ପ୍ରସ୍ତୁତ କରିଛନ୍ତି । ନିଜ ଓରିଜିନାଲ ଭିଡିଓରେ ନୋରା ହଟ ଲୁକରେ ନଜର ଆସୁଥିବା ବେଳେ ଅନ୍ୟ ଭିଡିଓରେ ସେ ଡାନ୍ସ ମୁଡରେ ଥିବା ନଜର ଆସିଛନ୍ତି ।

ନୋରା ଲୁଈସଙ୍କ ସହ ଡାନ୍ସ ଭିଡିଓ ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି । ନିକଟରେ ରିଲିଜ ହୋଇଥିବା ‘ଓ ସାକି ସାକି’ର ମୁଭ୍ସ ଖୁବ ପ୍ରସିଦ୍ଧ ହୋଇଥିଲା । ନୋରାଙ୍କ ଅନେକ ଭିଡିଓ ଏହାମଧ୍ୟରେ ସୁପରହିଟ ହେବାରେ ଲାଗିଛି । ଖୁବଶୀଘ୍ର ସେ ନିର୍ଦ୍ଦେଶକ ତଥା କୋରିଓଗ୍ରାଫର ରେମୋ ଡିସୁଜାଙ୍କ ଫିଲ୍ମ ‘ଷ୍ଟ୍ରିଟ ଡାନ୍ସର୩ଡି’ରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More