Only for Entertainment

ନୋରା ଫତେହିଙ୍କ ପପେଟା’ ସଙ୍ଗ ରିଲିଜ ହେବା ପୂର୍ବରୁ ମଚାଇଲା ଧମାଲ, ଭିଡିଓ ଭ୍ୟୁ କଲା ୨୪ଲକ୍ଷ ପାର !

56

ବଲିଉଡ ଅଭିନେତ୍ରୀ ନୋରା ଫତେହିଙ୍କୁ କେହି ଡାନ୍ସରେ ମୁକାବିଲା କରି ପାରିବେ ନାହିଁ । ତାଙ୍କ ଡାନ୍ସ ବଲିଉଡରେ ଏକ ନିଆରା ପରିଚୟ ସୃ୍େଟି କରିପାରିଛି । କିଛି ଦିନ ପୂର୍ବେ ‘ବାଟଲା ହାଉସ’ଫିଲ୍ମରେ ‘ସାକି ସାକି’ଗୀତ ଧମାଲ ମଚାଇଥିଲା । ଏବେ ଆଉ ଏକ ଗୀତ ଧମାକା କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି । ଗୀତର ଟାଇଟଲ ରହିଛି ‘ପପେଟା’ । ନିକଟରେ ଏହି ଗୀତର ଟିଜର ରିଲିଜ ହୋଇଛି, ଏଥିରେ ନୋରା ଅନ୍ୟ ଗୀତଗୁଡିକ ମଧ୍ୟରୁ ଭିନ୍ନ ,ନଜର ଆସିଛନ୍ତି । ଏହି ଗୀତ ଜରିଆରେ ନୋରା ଅନ୍ତର୍ଜାତୀୟ ସ୍ତରରେ ଇଂଲିଶ ସଙ୍ଗରେ ଡେବ୍ୟୁ କରିବାକୁ ଯାଉଛନ୍ତି ।

ନୋରା ଫତେହି ନିଜ ଅପକମିଂ ସଙ୍ଗ ପପେଟାରେ ଯେତେ ଜବରଦସ୍ତ ଦିଶୁଛନ୍ତି ଡାନ୍ସ ମଧ୍ୟ ସେତେ ଜବରଦସ୍ତ କରିଛନ୍ତି । ଏହି ଟିଜର ଲୋକମାନେ ଖୁବ ପସନ୍ଦ କରିଛନ୍ତି ଯାହାର ଅନ୍ଦ୍ଧକ୍ସ ଆପଣ ଟିଜର ଭ୍ୟୁ’ରୁ ଅନୁମାନ କରିପାରୁଥିବେ । ନିକଟରେ ରିଲିଜ ହୋଇଥିବା ଟିଜରରେ ୨୬ଲକ୍ଷରୁ ଅଧିକ ଭ୍ୟୁ ମିଳିସାରିଲାଣି । ଏଠାରେ ଆମେ କହି ରଖୁଛୁ ଯେ ନୋରାଙ୍କ ଏହି ଗୀତ ୯ତାରିଖରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More