Only for Entertainment

ଜନଙ୍କ ସହିତ ସ୍କ୍ରିନ ସେୟାର କରିବେ ନୋରା ଫତେହି, ବାଟଲା ହାଉସରେ ଲିଡ ରୋଲରେ ଆସିବେ ନଜର ।

Urban Asian
25

ଜନ ଆବ୍ରାହମିଙ୍ଗ ଫିଲ୍ମ ‘ବାଟଲା ହାଉସ’ରେ ଲିଡ଼ ରୋଲରେ ନଜର ଆସିବେ ଦିଲବର ଗାର୍ଲ ନୋରା ଫତେହି । ଏହାକୁ ନେଇ ଏକ ଖବର ଏବେ ସାମନାକୁ ଆସିଛି । ଦ୍ୱିତୀୟ ଥର ପାଇଁ ଜନ୍ ଆବ୍ରାହମଙ୍କ ସହ ନୋରା ଫତେହି ଏହି ଫିଲ୍ମରେ ନଜର ଆସିବେ । ଏହା ପୂର୍ବରୁ ସତ୍ୟମେବ ଜୟତେ ଫିଲ୍ମରେ ଦିଲବର ଦିଲବର ଗୀତରେ ଦୁହେଁ ନଜର ଆସିଥିଲେ ।

ନୋରା ଏହି ଫିଲ୍ମରେ ଅଭିନୟ କରିବାକୁ ନେଇ ବେଶ ଉତ୍ସାହିତ ଥିବା କହିଛନ୍ତି । ଫିଲ୍ମରେ ଅଭିନୟ କରିବା ନେଇ ନୋରା ନିଜେ ତାଙ୍କର ଟୁଇଟରରେ ଫ୍ୟାନ୍ସ ମାନଙ୍କୁ ସୁଚନା ଦେଇଛନ୍ତି । ନୋରା କହିଛନ୍ତି କି ଜନଙ୍କ ଫିଲ୍ମରେ ମୁଁ ଲିଡ଼ ରୋଲରେ ଅଭିନୟ କରିବାକୁ ଯାଉଛି । ଜନ୍ ଆବ୍ରାହମ୍, ନିଖିଲ ଆଡ଼ଭାନୀ, ଭୁଷଣ କୁମାର ଏବଂ ଫିଲ୍ମର ଟିମ୍ ସହ କାମ କରିବା ନେଇ ସେ ବହୁତ ଉତ୍ସାହିତ ଥିବା କହିଛନ୍ତି ନୋରା । ଜନ୍ ଆବ୍ରାହମଙ୍କ ଏହି ଫିଲ୍ମ ୨୦୦୮ରେ ଦିଲ୍ଲୀ ବାଟଲା ହାଉସରେ ଅଂଚଳରେ ହୋଇଥିବା ଏନକାଉଣ୍ଟର ଉପରେ ଆଧାରିତ ହେବ । ଫିଲ୍ମରେ ଜନ୍ ଆବ୍ରାହମଙ୍କ ବ୍ୟତିତ ଅବଦୁଲ କାଦିର ଆମିନ୍, କ୍ରାନ୍ତି ପ୍ରକାଶ ଝା ଏବଂ ଆଲୋକ ପାଣ୍ଡେଙ୍କ ଭଳି କଳକାର ନଜର ଆସିବେ । ଫିଲ୍ମଟି ଆସନ୍ତା ବର୍ଷ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More