Only for Entertainment

‘ଠଗ୍ସ ଅଫ ହିନ୍ଦୋସ୍ତାନ’ ପରେ ‘ମୋଗଲ’ କିମ୍ବା ‘ମହାଭରତ’ ନୁହେଁ ଏହି ଫିଲ୍ମରେ କାମ କରିବେ ଆମିର ଖାନ ।

DNA
34

ଦିୱାଲୀରେ ରିଲିଜ ହୋଇଥିବା ଆମିର ଖାନଙ୍କ ଫିଲ୍ମ ‘ଠଗ୍ସ ଅଫ ହିନ୍ଦୋସ୍ତାନ’ କୁ ଦର୍ଶକଙ୍କ ଭଲ ରେସ୍ପନ୍ସ ନମିଳିବା ପରେ ମିଂଷ୍ଟର ପରଫେକ୍ସନିଷ୍ଟ ଏବେ ନିଜର ଆଗାମୀ ପ୍ରୋଜେକ୍ଟ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ଆନେକ ଦିନରୁ ଆଲୋଚନା ହେଉଥିଲା ଯେ ଆମିର ନିଜର ଆଗାମୀ ଫିଲ୍ମ ମୋଗଲର ସୁଟିଂ ଆରମ୍ଭ କରିବେ ଏହା ସହିତ ‘ମହାଭାରତ’ର ପ୍ରସ୍ତୁତି ମଧ୍ୟ ଆରମ୍ଭ କରିବେ ।

ଖବର ଅନୁସାରେ ବଲିଉଡର ଏହି ସୁପରଷ୍ଟାର ଏବେ ଏହି ଦୁଇଟି ଫିଲ୍ମକୁ ଛାଡି ହଲିଉଡ ଫିଲ୍ମ ‘ଫରେଷ୍ଟ ଗମ୍ପ’ର ହିନ୍ଦୀ ରିମେକରେ କାମ ଆରମ୍ଭ କରିବେ । ଏହି ଫିଲ୍ମ ପାଇଁ ଆମିର ନିଜ ପ୍ରିୟ ନିର୍ଦ୍ଦେଶକ ଅଦୱିତ ଚନ୍ଦନଙ୍କ ସହିତ ହାତ ମିଳାଇଛନ୍ତି । କହିରଖୁଛୁ ଯେ, ଅଦୱିତ ଚନ୍ଦନ ପୂର୍ବରୁ ଆମିରଙ୍କ ଫିଲ୍ମ ସିକ୍ରେଟ ସୁପରଷ୍ଟାରକୁ ନିର୍ଦ୍ଦେଶନା ଦେଇଛନ୍ତି ।

ଫରେଷ୍ଟ ଗମ୍ପ ଏକ ଆମେରିକାନ ରୋମାଣ୍ଟିକ ଡ୍ରାମ ଫିଲ୍ମ । ଏହି ଫିଲ୍ମ ୧୯୯୪ରେ ରିଲିଜ ହୋଇଥିଲା । ଏହାର ଲେଖକ ୱିଂଷ୍ଟନ ଗ୍ରୁମ ଏକ ଉପନ୍ୟାସ ଉପରେ ଏହି ଫିଲ୍ମକୁ ନିର୍ମାଣ କରିଥିଲେ । ଅନ୍ୟ ପଯକ୍ଷରେ ଆମିରଙ୍କ ଫିଲ୍ମ ‘ଠଗ୍ସ ଅଫ ହିନ୍ଦୋସ୍ତାନ’କୁ ଦର୍ଶଙ୍କ ଭଲ ପ୍ରତିକ୍ରିୟା ମିଳିନଥିବା ବେଳେ ଫିଲ୍ମ ମାତ୍ର ୧୪୦ କୋଟି ଆୟ କରିବାରେ ସମର୍ଥ ହୋଇପାରିଲା । ଏପରି ସ୍ଥିତିରେ ଏବେ ଆମିରଙ୍କ ଆଗାମୀ ଫିଲ୍ମ ଉପରେ ସମସ୍ତଙ୍କ ନଜର ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More