Only for Entertainment

ବରୁଣ ଧୱନ- ଆଲିଆ ଭଟ୍ଟଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର, ‘କଳଙ୍କ’ ପରେ ଏହି ଫିଲ୍ମରେ ଦେଖିବାକୁ ମିଳିବ ଦୁହିଁଙ୍କ ଅନସ୍କ୍ରିନ କେମେଷ୍ଟ୍ରୀ ।

The Asian Age
23

ଅଭିନେତା ବରୁଣ ଧୱନ ଏବଂ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଯୋଡିକୁ ବଲିଉଡର ସବୁଠାରୁ ସଫଳ ଯୋଡି ବୋଲି କୁହାଯାଇଥାଏ । ଦୁହେଁ ବଲିଉଡକୁ ଅନେକ ହିଟ ଫିଲ୍ମ ଦେଇଛନ୍ତି । ଦୁହେଁ କରଣ ଜୋହରଙ୍କ ଆଗାମୀ ଫିଲ୍ମ ‘କଳଙ୍କ’ରେ ମଧ୍ୟ ଏକା ସହିତ ନଜର ଆସିବେ । ଦୁହିଁଙ୍କର ଏହା ଚତୁର୍ଥ ଫିଲ୍ମ । ୨୦୧୦ରେ ରିଲିଜ ହୋଇଥିବା ‘ଷ୍ଟୁଡେଣ୍ଟ ଅଫ ଦ ଇୟର’ରୁ ଦୁହେଁ ବଲିଉଡ କ୍ୟାରିୟର ଆରମ୍ଭ କରିଥିଲେ । ଏହା ପରେ ଦୁହେଁ ବଦ୍ରିନାଥ କି ଦୁଲହନିୟାଁ, ହମ୍ପତି ଶର୍ମା କି ଦୁଲହନିଆ, ପରି ସୁପରହିଟ ଫିଲ୍ମ ଦେଇଛନ୍ତି ।


ଇତି ମଧ୍ୟରେ ଦୁହିଁଙ୍କୁ ନେଇ ଏକ ନୂଆ ଖବର ସାମ୍ନାକୁ ଆସିଛି । ଖବର ଅନୁସାରେ ଦୁହେଁ କଳଙ୍କ ପରେ ଆଉ ଏକ ଫିଲ୍ମରେ ମଧ୍ୟ ନଜର ଆସିବେ । ଏହା ଆମେ ନୁହେଁ ବରଂ ବରୁଣ ଖୋଦ ନିଜେ କରିଛନ୍ତି । ବରୁଣଙ୍କୁ ଟ୍ୱିଟର ବ୍ୟବହାରକାରୀ ପ୍ରଶ୍ନ କରିଥିଲେ ଯେ, ସେ ଆଲିଆଙ୍କ ସହିତ ଆମେ ଫିଲ୍ମରେ ଦେଖିବାକୁ ଚହୁଁଛୁ ? ଏହାର ଉତ୍ତରରେ ବରୁଣ କହିଥିଲେ, କଳଙ୍କ ଏବଂ ଆଉ ଅନେକ ସରପ୍ରାଇଜ ଆଗାମୀ ବର୍ଷ ଦେଖିବାକୁ ପାଇବେ ।

କହିରଖୁଛୁ ଯେ, ବରୁଣ-ଆଲିଆଙ୍କ ଫିଲ୍ମ କଳଙ୍କ ଚଳିତ ବର୍ଷ ୨୦୧୯ରେ ରିଲିଜ ହେବ । ଫିଲ୍ମରେ ଆଲିଆ-ବରୁଣଙ୍କ ବ୍ୟତିତ ମାଧୁରୀ ଦିକ୍ଷୀତ ଏବଂ ସଂଜୟ ଦତ୍ତ ମଧ୍ୟ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More