Only for Entertainment

ଭାଇରାଲ ହେଉଛି ୩୫୦ ଟାଙ୍କିଆ ନୋଟର ଫଟୋ, ଜାଣନ୍ତୁ ଏହି ଫଟୋର ସତ୍ୟତା

patrika
0 93

ନୋଟବନ୍ଦୀ ସମୟରେ ପୁରା ଦେଶରେ ଆଲୋଡନ ସୃଷ୍ଟି ହାଇଥିଲା । ଏହାପରେ ପୁଣିଥରେ ଏମିତି ଏକ ଖବର ସାମ୍ନାକୁ ଆସିଛି ଯାହା ଲୋକଙ୍କ ହୋସ ଉଡାଇ ଦେଇଛି । ସୋସିଆଲ ମିଡିଆରେ ୩୫୦ ଟଙ୍କା ନୋଟର ଫଟୋ ଭାଇରାଲ ହେବାରେ ଲାଗିଛି । ଏବଂ ଏହା ଦାବି କରାଯାଉଛି ଯେ ଏହା ଖୁବ ଶୀଘ୍ର ମାର୍କେଟକୁ ଆସିପାରେ ।

ତେବେ ଆପଣ ଯଦି ଏହି ଖବରକୁ ସତ ବୋଲି ମାନୁଛନ୍ତି ତେବେ କହିରଖୁଛୁ ଯେ ଏହି ନୋଟ ସପୂର୍ଣ୍ଣ ରୂପେ ଜାଲ । କାରଣ ଆରବିଆଇ ୩୫୦ ଟଙ୍କାକୁ ନେଇ କୌଣସି ସୂଚନା ଦେଇନାହାନ୍ତି ।

ଏହି ନୋଟ କେବଳ ଏଟିଟିଙ୍ଗ କରି ପ୍ରସ୍ତୁତ କରାଯାଇଛି । ୮ ନଭେମ୍ବର ୨୦୧୬ରେ ହୋଇଥିବା ନୋଟବନ୍ଦୀ ଫଳରେ ବଜାରକୁ ନୂଆ ନୋଟର ପ୍ରବେଶ ହୋଇଥିଲା । ପ୍ରଥମେ ୨୦୦୦ ଏବଂ ୫୦୦ ନୋଟ ବଜାରକୁ ଆସିଥିଲା । ଏହାପରେ ଆରବିଆଇ ୨୦୦ ଏବଂ ୫୦ ଟଙ୍କା ନୋଟ ଜାରି କରିଥିଲେ । ଏହି କାରଣରୁ ୩୫୦ ନୋଟକୁ ମଧ୍ୟ ଅଧିକାଂଶ ଲୋକ ଏହାକୁ ବିଶ୍ୱାସ କରନେଉଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More