ବଲିଉଡ ଅଭିନେତା ସଲମାନ ଖାନଙ୍କ ପ୍ରଡକ୍ସନରେ ପ୍ରସ୍ତୁତ ହୋଇଥିବା ଫିଲ୍ମ ନୋଟବୁକର ୪ର୍ଥ ଗୀତ ‘ମେଁ ତାରେ’ ରିଲିଜ ହୋଇଛି । ଏହି ଗୀତକୁ ସଲମାନ ନିଜ ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି । ଏହା ଏକ ରୋମାଂଟିକ ସଙ୍ଗ ଅଟେ । ଏହି ଗୀତରେ ଖାସ କଥା ହେଉଛି ଗୀତ ସଲମାନ ନିଜେ ଗାଇଛନ୍ତି ।
ଗୀତର ବୋଲ ରହିଛି ‘ସବକେ ଜୈସା ହୁଁ ମେଁ ଭି, କୋଇ ମୁଝ ମେଁ ଅଲଗ ସି ବାତ ନେହିଁ ….’ ଯାହା ଆପଣଙ୍କ ହୃଦୟକୁ ନିଶ୍ଚୟ ଛୁଇଁବ । ଗୀତରେ ଫିଲ୍ମର ଲିଡ ଷ୍ଟାର ଜାହିର ଇକବାଲ ଏବଂ ପ୍ରନୁତନ ମଧ୍ୟ ନଜର ଆସିବେ ।
ଏଠାରେ ଆମେ କହି ରଖୁଛୁ ଯେ ପ୍ରଥମେ ପାକିସ୍ତାନୀ ସିଙ୍ଗର ଆତିଫ ଅସଲମ ରେକର୍ଡ କରିଥିଲେ କିନ୍ତୁ ପୁଲବାମା ହମଲା ପରେ ଏହି ଗୀତକୁ ହଟାଇ ଦିଆଯାଇଥିଲା ଏବଂ ସଲମାନ ନିଜେ ଏହି ଗୀତକୁ ଗାଇଛନ୍ତି ।
ଫିଲ୍ମ ବିଷୟରେ କହିବାକୁ ଗଲେ ନୋଟବୁକ ଜରିଆରେ ସଲମାନ ଦୁଇଜଣ ନୂଆ କଳାକାରଙ୍କୁ ଲଂଚ କରିଥିଲେ । ଏହି ଫିଲ୍ମର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ନିତିନ କକ୍କଡ । ଏହି ଫିଲ୍ମକୁ ସଲମାନ ଖାନ ନିଜ ପ୍ରଡକ୍ସନରେ ପ୍ରସ୍ତୁତ କରୁଛନ୍ତି । ଫିଲ୍ମ ୨୯ମାର୍ଚ୍ଚରେ ରିଲିଜ ହେବ ।