Only for Entertainment

କରଣ ଜୋହରଙ୍କୁ ନୋଟିସ, ହୋଇପାରେ ୫ବର୍ଷ ପର୍ଯ୍ୟନ୍ତ ଜେଲ !

cin.h-cdn.co
0 38

କରଣ ଏବଂ କଙ୍ଗନାଙ୍କ ବିବାଦ ମିଡିଆରେ ଅନେକ ସମୟ ଧରି ଚର୍ଚ୍ଚାର ବିଷୟ ପାଲଟିଥିଲା । କେତେବେଳେ କଙ୍ଗନା କରଣଙ୍କ ଉପରେ କଥାରେ କଥାରେ ଆକ୍ରମଣ କରୁଥିଲେ ତ କେତେବେଳେ କରଣ ଏହାର ପ୍ରତ୍ୟୁତ୍ତର ଦେଉଥିଲେ । କିଛି ଦିନ ପୂର୍ବେ କଙ୍ଗନାଙ୍କ ସହ ଉପୁଜି ଥିବା ଏହି ବିବାଦକୁ ନେଇ ଚର୍ଚ୍ଚାରେ ଆସିଥିବା କରଣ ଜୋହର ପୁଣିଥରେ ଖବରକୁ ଆସିଛନ୍ତି । ଷ୍ଟାରପ୍ଲସରେ ଆସୁଥିବା ଶୋ’ ଇଣ୍ଡିଆଜ ନେକ୍ସଟ ସୁପରଷ୍ଟାରରେ କରଣ ଜୋହର ବିଚାରକ ରୂପେ ନଜରକୁ ଆସିଥିଲେ । ମାତ୍ର ଦିଲ୍ଲୀର କେଜରିୱାଲ ସରକାର କରଣ ଜୋହରଙ୍କୁ ଯେଉଁ ନୋଟିସ ପ୍ରଦାନ କରିଛନ୍ତି ନିଶ୍ଚିତ ରୂପେ ଏହା ତାଙ୍କୁ ବିପଦରେ ପକାଇ ପାରେ ।

ଇଣ୍ଡିଆଜ ନେକ୍ସଟ ସୁପରଷ୍ଟାରରେ ଏକ ପାନ ମସଲା କମ୍ପାନୀ ବିଜ୍ଞାପନ ଦେଖାଯାଇଥାଏ । ମାତ୍ର ଦିଲ୍ଲୀ ସ୍ୱାସ୍ଥ୍ୟ ବିଭାଗ ଧୂମ୍ରପାନ ଏବଂ ଅନ୍ୟ ଟବାକୋ ପ୍ରଡକ୍ଟସ ଧାରା କୁ ଆଧାର କରି ନୋଟିସ ପଠାଇଛନ୍ତି । ଶୋ ସମେତ ଚ୍ୟାନେଲ ମାଲିକ, ଧର୍ମା ପ୍ରଡକ୍ସନ, ଏଣ୍ଡମୋଲ ପ୍ରଡକ୍ସନ କମ୍ପାନୀ, ପାନ ମସଲା କମ୍ପାନୀ, କରଣ ଜୋହର ଏବଂ ରୋହିତ ସେଟ୍ଟୀଙ୍କୁ ମଧ୍ୟ ନୋଟିସ ଆସିଛି । କରଣ ଜୋହରଙ୍କୁ ଏହି ସମ୍ବନ୍ଧରେ ୧୦ଦିନ ମଧ୍ୟରେ ଉତ୍ତର ଦେବାକୁ କୁହାଯାଇଛି । ଯଦି ଏଭଳି ନକରନ୍ତି ତେବେ ତାଙ୍କୁ ୫ବର୍ଷ ଜେଲ ଏବଂ ୨୦୦୦ଟଙ୍କା ଜୋରିମାନା ଦେବାକୁ ପଡିପାରେ । କରଣ ଜୋହର ଏହି ଧାରାକୁ ଉଲଂଘନ କରିଥିବାରୁ ଦ୍ୱିତୀୟ ଥର ଲାଗି ନୋଟିସ ପଠାଯାଇଛି ।

କରଣ ଜୋହରଙ୍କୁ ଫିଲ୍ମ “ଇତେଫାକ”ର ପୋଷ୍ଟର ଲାଗି ନୋଟିସ ପଠାଯାଇଥିଲା ଯେଉଁଥିରେ ଅଭିନେତା ଅକ୍ଷୟ ଖନ୍ନା ସିଗାରେଟ ଟାଣୁଥିଲେ । ଇଣ୍ଡିଆଜ ନେକ୍ସଟ ସୁପରଷ୍ଟାରରେ ନୂଆ ଟ୍ୟାଲେଣ୍ଟଙ୍କୁ ରୋହିତ ଏବଂ କରଣ ଆଗକୁ ବଡିବା ଲାଗି ସୁଯୋଗ ଦେଇଥାଆନ୍ତି ଏବଂ ଏହି ଶୋ’ରେ ଅନେକ ସେଲିବ୍ରିଟି ଅତିଥି ଭାବେ ମଧ୍ୟ ଯୋଗ ଦେଇଥାଆନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More