Only for Entertainment

ବକ୍ସ ଅଫିସରେ ଏକାସାଙ୍ଗେ ଧମାଲ ମଚାଇବା ପାଇଁ ଆସୁଛନ୍ତି ଅମୀର – ଅକ୍ଷୟ ।

Adish
0 49

ଗତକାଲି ରାତିରେ ଅକ୍ଷୟ କୁମାର ଏବଂ ରଜନୀକାନ୍ତ ଷ୍ଟାରର ୨.୦ର ରିଲିଜ ଡେଟ ଘୋଷଣା କରାଯାଇଛି । ଫିଲ୍ମ ୨୯ନଭେମ୍ବରରେ ରିଲିଜ ହେବାକୁ ଯାଉଛି ଏବଂ ମାତ୍ର ଏହି ଫିଲ୍ମ ଅଭିଷେକ କପୁରଙ୍କ ଫିଲ୍ମ କେଦାରନାଇକୁ ଟକ୍କର ଦେଇପାରେ । କେଦାରନାଥ ସୈଫ ଅଲ୍ଲୀ ଖାନଙ୍କ ଝିଅ ସାରା ଅଲ୍ଲୀ ଖାନଙ୍କ ଡେବ୍ୟୁ ଫିଲ୍ମ ଅଟେ ଏବଂ ଏଥିରେ ସାରାଙ୍କ ବିପକ୍ଷରେ ନଜର ଆସିବେ ସୁଶାନ୍ତ ସିଂ ରାଜପୁତ ।

ଏବେ ଦେଖିବା ଏହା ବାକି ରହିଲା ଯେ କେଦାରନାଥ, ରଜନୀକାନ୍ତଙ୍କ ଫିଲ୍ମ ସାମ୍ନାରେ ଟକ୍କର ନେଉଛି କି ଆଗପଛ ହେଉଛି । ସେହିଭଳି ଦେଖିବାକୁ ଗଲେ ୨୦୧୮ରେ ବକ୍ସଅଫିସରେ ନଭେମ୍ବର ସବୁଠାରୁ ବଡ ମାସ ହେବ ଏବଂ ଅକ୍ଷୟ କୁମାର – ଅମୀର ଖାନ ମିଶି ଏହି ମାସରେ ହାରାହାରି ୬୦୦-୭୦୦କୋଟି ରୋଜଗାର କରି ପାରନ୍ତି ।

ଅସଲରେ ନଭେମ୍ବର, ଦୀପାବଳିରେ ଅମୀର ଖାନଙ୍କ ଠଗ୍ସ ଅଫ ହିନ୍ଦୁସ୍ତାନରେ ୩୦୦-୪୦୦କୋଟିର ବଜେଯ ଲାଗିଛି । ସେହି ଭଳି ୨.୦ରେ ମଧ୍ୟ ୩୦୦-୪୦୦କୋଟିର ବାଜି ଲାଗିଛି । ଏହିକାରଣରୁ ନଭେମ୍ବର ଚଳିତ ବର୍ଷର ବିଶେଷ ମାସ ଅଟେ ।

ଏହିକାରଣରୁ ଏବେ କେଦାରନାଥ, ଷ୍ଟୁଡେଂଟ ଅଫ ଦ ଇୟର୨ ଏବଂ ଟୋଟାଲ ଧମାଲ ଭଳି ଫିଲ୍ମ ପାଇଁ ଏବେ ଅସୁବିଧା ହୋଇଯାଇଛି । ଏହି ୩ଟି ଫିଲ୍ମ ନଭେମ୍ବରରେ ରିଲିଜ ହେବା ପାଇଁ ଜୋର ଧରିଛି କିନ୍ତୁ ଏବେ ଦୁଇ ବଡ ଫିଲ୍ମ ମଝିରେ ଏହି ଫିଲ୍ମ ଗୁଡିକ ରିଲିଜ ହେଲେ ବଳି ପଡିବା ନିଶ୍ଚିତ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More