Only for Entertainment

ବଦଳିଲା ରାଜକୁମାର ରାଓ- ଜାହ୍ନବୀ କପୁରଙ୍କ ଫିଲ୍ମ ‘ରୂହ-ଅଫଜା’ର ନାମ, ଆରମ୍ଭ ହେଲା ସୁଟିଂ

google
41

ରାଜକୁମାର ରାଓ-ଜାହ୍ନବୀ କପୁର ଷ୍ଟାରର ଫିଲ୍ମ ‘ରୂହୀ ଅଫଜା’ର ପ୍ରସ୍ତୁତି ମେକର୍ସ କେବେ ଠାରୁ ଆରମ୍ଭ କରିଦେଇଛନ୍ତି । ଫିଲ୍ମକୁ ନେଇ ଏବେ ଯେଉଁ ତାଜା ରିପୋର୍ଟ ସାମ୍ନାକୁ ଆସିଛି ତାହା ହେଉଛି ଫିଲ୍ମର ସୁଟିଂ ଆଜିଠାରୁ ଆରମ୍ଭ ହୋଇଛି । ଏକ ଫଟୋ ସେୟାର କରି ଫିଲ୍ମର ନର୍ମାତା ସୁଟିଂ ବିଷୟରେ ସୂଚନା ଦେଇଛନ୍ତି । କିନ୍ତୁ ଏହି ଫଟୋରେ ସବୁଠାରୁ ବଡ କଥା ହେଉଛି ଫିଲ୍ମର ଘୋଷଣା ହେବା ପରଠାରୁ ଫ୍ଲୋରକୁ ଆସିବା ମଧ୍ୟରେ ଫିଲ୍ମର ନାମରେ ପରିବର୍ତ୍ତନ ହୋଇଯାଇଛି ।

 

ଏହି ହରର କମେଡି ଫିଲ୍ମର ନାମ ପ୍ରଥମେ ରୂହ ଅଫଜା ରଖାଯାଇଥିଲା କିନ୍ତୁ ଏବେ ଏହାର ନାମରେ ପରିବର୍ତ୍ତନ କରାଯାଇ ‘ରୂହି ଅଫଜା’ ରଖାଯାଇଛି । ଏହି ଫିଲ୍ମକୁ ‘ସ୍ତ୍ରୀ’ ଫେମ ଦିନେଶ ବିଜାନ ହିଁ ପ୍ରଡ୍ୟୁସ କରୁଛନ୍ତି । ଏହାର ନିର୍ଦ୍ଦେଶନା ଦେବେ ମୃଗଦୀପ ସିଂ ଲାମ୍ବା ।

ଏହି ଫିଲ୍ମରେ ରାଜକୁମାର ରାଓ ଏବଂ ଜାହ୍ନବୀ କପୁରଙ୍କ ଯୋଡି ପ୍ରଥମ ଥର ପାଇଁ ପରଦାରେ ଦେଖିବାକୁ ମିଳିବ । ଫିଲ୍ମରେ ଜାହ୍ନବୀ ଡବଲ ରୋଲରେ ନଜର ଆସିବେ । ରିପୋର୍ଟ ଅନୁସାରେ ଗୋଟିଏ ଚରିତ୍ରରେ ଜାହ୍ନବୀ ଭୂତ ଭୂମିକାରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More