Only for Entertainment

ଥର୍ମୋକୁଲ ପ୍ରଦୂଷଣ ରୋକିବା କମଳା ଚୋପା

ccsyacht.com
0 50

ପ୍ରାକୃତିକ ଭାବେ ପଲିଷ୍ଟାଇରିନ ବା ଥର୍ମୋକୁଲ ବିଘଟିତ ହେବାକୁ ଶହ ଶହ ବର୍ଷ ଲାଗିଯାଏ । ଏହି ପରିବେଶ ବିଧ୍ୱଂସକକୁ କମଳା ଚୋପା ଦ୍ୱାରା ଧ୍ୱଂସ କରିବାର କୌଶଳ ବିକଶିତ କରିଛନ୍ତି , “ହାଇଦ୍ରାବାଦ ଆଇଆଇଟି”ର ଦଳେ ଗବେଶକ ସେମାନଙ୍କ ଦ୍ୱାରା ବିକଶିତ ପଦ୍ଧତି ଶସ୍ତା ଏବଂ ପରିବେଶ ଅନୁକୂଳ । କମଳା ଚୋପାର ଏକ ମୁଖ୍ୟ ଉପାଦାନ ଲିମୋଲିନ୍ ଅନ୍ୟ କେତେକ ରାସାୟନିକ ସହ ମିଶାଇ, ସେମାନେ ଏକ ଯନ୍ତ୍ର ଭିତରେ ଥର୍ମୋକୁଲକୁ ସଂପୂର୍ଣ୍ଣ ନଷ୍ଟ କରିବାରେ ସଫଳ ହୋଇଛନ୍ତି । ନିକଟରେ ଚାଇନାର ଗୁଆଙ୍ଗଡଙ୍ଗ୍ରେ ଅନୁଷ୍ଠିତ ୱାର୍ଲଡ ଇନଭେନସନ ଆଣ୍ଡ୍ ଇନୋଭେସନ୍ ଫୋରମ୍ ଏହି ଅଭିନବ ପଦ୍ଧତି ପ୍ରଦର୍ଶିତ ହେବା ସହ ଗବେଶକ ଦଳ ସୁବର୍ଣ୍ଣ ମେଡାଲ ଜିଣିଥିଲେ । ପରିବେଶର ସୁରକ୍ଷା ପାଇଁ ଏହି ପଦ୍ଧତିକୁ ପରୀକ୍ଷାଗାର ବାହାରେ ବ୍ୟବହାର କରିବା ନିମନ୍ତେ ପଦକ୍ଷପ ନିଆଯିବ ।
ଉଲ୍ଲେଖଯୋଗ୍ୟ ଯେ, ସାରା ବିଶ୍ୱରେ ମାତ୍ର ବାର ପ୍ରତିଶତ ପଲିଷ୍ଟାଇରିନ୍କୁ ପୁନଃ ବ୍ୟବହାରଯୋଗ୍ୟ କରାଯାଉଛି । ଅବଶିଷ୍ଟ ଆବର୍ଜନା ଭାବେ ପଡିରହି, ପରିବେଶ ନଷ୍ଟ କରୁଛି । ବିଶ୍ୱସ୍ତରରେ ବାର୍ଷିକ ୩.୧ କୋଟି ଟନ୍ କମଳା ଉତ୍ପାହିତ ହେଉଛି । ଏହାର ଅର୍ଦ୍ଧେକ ହେଉଛି ଚୋପା । ତେଣୁ, ଏହି ବିପୁଳ ପରିମାଣର ଚୋପାରୁ ଲିମୋନିନ୍ ବାହାର କରି , ବିଶ୍ୱକୁ ପଲିଷ୍ଟାଇରିନର ବିଧ୍ୱଂସକ ପ୍ରଭାବରୁ ରକ୍ଷା କରାଯାଇପାରିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More