Only for Entertainment

ରିଲିଜ ହେଲା ‘ଏନଟିଆର’ ବାୟୋପିକର ଧମାକାଦାର ଟ୍ରେଲର, ଦେଖିବାକୁ ମିଳିଲା ବିଦ୍ୟା ବାଲାନଙ୍କ ସାଉଥ ଇଣ୍ଡିଆନ ଲୁକ ।

The Indian Express
20

ସାଉଥ ଇଣ୍ଡିଆନ ସିନେମାର ସୁପରଷ୍ଟାର ତଥା ରାଜନେତା ନନ୍ଦିମୁରୀ ତାରକ ରାମାରଓଙ୍କ ବାୟୋପିକର ନ ଟ୍ରେଲରକୁ ରିଲିଜ କରାଯାଇଛି । ଆଜି ମଧ୍ୟ ଏନଟିଆରଙ୍କ ଫ୍ୟାନ୍ସ ତାଙ୍କୁ ଭଗବାନଙ୍କ ପରି ପୂଜା କରୁଥିବା ବେଳେ ତାଙ୍କ ଜୀବନ ଉପରେ ନିର୍ମିତ ଏହି ବୟୋପିକର ଟ୍ରେଲରକୁ ଦର୍ଶକ ଖୁବ ପସନ୍ଦ କରିଛନ୍ତି । ଫିଲ୍ମଟି ଦୁଇଟି ପାର୍ଟରେ ରିଲିଜ ହବେ । ଫିଲ୍ମର ପ୍ରଥମ ପାର୍ଟ ୯ ଜାନୁଆରୀ ୨୦୧୯ରେ ରିଲିଜ ହେବ । ବାୟୋପିକର ପ୍ରଥମ ପାର୍ଟରେ ଏନଟିଆରଙ୍କ ଫିଲ୍ମ କ୍ୟାରିୟରକୁ ପରଦାରେ ଦେଖିବାକୁ ମିଳିବ ସେହିପରି ଦ୍ୱିତୀୟ ପାର୍ଟରେ ତାଙ୍କର ରାଜନୈତିକ କ୍ୟାରିୟର ଦେଖିବାକୁ ମିଳିବ । ଦ୍ୱିତୀୟ ପାର୍ଟ ୨୪ ଜାନୁଆରୀରେ ରିଲିଜ ହେବ । କହିରଖୁଛୁ ଯେ, ଏନଟିଆର ୭ ବର୍ଷ ପର୍ଯ୍ୟନ୍ତ ଆନ୍ଧ୍ରପ୍ରଦେଶର ସିଏମ ଥିଲେ ।

ଫିଲ୍ମରେ ବଲିଉଡ ଅଭିନେତ୍ରୀ ବିଦ୍ୟା ବାଲାନ ମଧ୍ୟ ନଜର ଆସିବେ । ଫିଲ୍ମରେ ତାଙ୍କୁ ଏନଟିଆରଙ୍କ ପତ୍ନୀ ଭୂମିକାରେ ଦେଖିବାକୁ ମିିଳିବ । ନିକଟରେ ଫିଲ୍ମର ଅନେକ ପେଷ୍ଟର ରିଲିଜ କରାଯାଇଥିଲା । ଯାହାକୁ ଲୋକେ ଖୁବ ପସନ୍ଦ କରିଥିଲେ । ଏବେ ଫିଲ୍ମର ଟ୍ରେଲରକୁ ଲୋକେ ଖୁବ ପସନ୍ଦ କରୁଥିବାର ଦେଖିବାକୁ ମିଳିଛି । ମାତ୍ର ୨୫ ଘଣ୍ଟା ମଧ୍ୟରେ ଫିଲ୍ମଟ ଟ୍ରେଲରକୁ ୨ ମିଲିୟନରୁ ଆଧିକ ଭ୍ୟୁଜ ମିଳିସାରିଛି । ଏବେ ସମସ୍ତଙ୍କ ନଜର ଫିଲ୍ମ ଉପରେ ରହିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More