Only for Entertainment

ନିଜ ଠାରୁ ୮ ବର୍ଷ ବଡ ନିର୍ଦ୍ଦେଶକଙ୍କୁ ଡେଟ କରୁଛନ୍ତି ‘ସୋନୁ କେ ଟିଟୁ କି ସ୍ୱିଟି’ର ସ୍ୱିଟି, ଜାଣନ୍ତି କି ସେ କିଏ ?

hindustantimes
0 40

ଚଳିତ ବର୍ଷ ରିଲିଜ ହୋଇଥିବା ଫିଲ୍ମ ‘ସୋନୁ କେ ଟିଟୁ କି ସ୍ୱିଟି’ରେ ଅଭିନେତ୍ରୀ ନୁସରତ ଭରୁଚାଙ୍କୁ ଫିଲ୍ମରେ ଜବରଦସ୍ତ ରୋଲରେ ଦେଖିବାକୁ ମିଲିଥିଲା । ଫିଲ୍ମ ବକ୍ସ ଅଫିସରେ ଭଲ ବ୍ୟବସାୟ ମଧ୍ୟ କରିଥିଲା । ତେବେ ଏହି ଫିଲ୍ମ ପରେ ନୁସରତ ଭରୁଚାଙ୍କ ଜୀବନରେ ଏକ ବଡ ପରିବର୍ତ୍ତନ ଆସିଛି । ଏହି ପରିବର୍ତ୍ତନ ଫିଲ୍ମକୁ ନେଇ ନୁହେଁ ବରଂ ତାଙ୍କ ଲଭ ଲାଇଫକୁ ନେଇ ।

nushrat-bharucha

ଖବର ଅନୁସାରେ ନୁସରତ ଫିଲ୍ମ ‘ସୋନୁ କେ ଟିଟୁ କି ସ୍ୱିଟି’ର ନିର୍ଦ୍ଦେଶକ ଲଭ ରଂଜନଙ୍କୁ ଡେଟ କରୁଛନ୍ତି । ଦୁହେଁ ଏହି ବିଷୟରେ ଅଧିକାରୀକ ଭାବେ କୌଣସି ସୂଚନା ଦେଇନଥିଲେ ମଧ୍ୟ ଦୁହେଁ ରିଲେସନସିପରେ ଥିବା ଖବର ଏବେ ଚର୍ଚ୍ଚାରେ ରହିଛି । ଏହି ଖବର ଏବେ ଇଣ୍ଡଷ୍ଟ୍ରୀରେ ନିଆଁ ଭଳି ବ୍ୟାପିବାରେ ଲାଗିଛି ।

luv ranjan and nushrat

କେବଳ ‘ସୋନୁ କେ ଟିଟୁ କି ସ୍ୱିଟି’ ନୁହେଁ ନୁସରତ ଲଭ ରଂଜନଙ୍କ ସହିତ ‘ପ୍ୟାର କା ପଂଚନାମା’, ‘ଆକାଶବାଣୀ’ ଏବଂ ‘ପ୍ୟାର କା ପଂଚନାମା ୨’ରେ କାମ କରିଛନ୍ତି । ଦୁହେଁ ପରସ୍ପରକୁ ଲମ୍ବା ସମୟରୁ ଜାଣିଛନ୍ତି ମଧ୍ୟ ।

ଦୁହିଁଙ୍କ ନିକଟ ଲୋକଙ୍କ ମତରେ ନୁସରତ ଏବଂ ଲଭ ରଂଜନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଆରମ୍ଭ ହୋଇଯାଇଛି । ତେବେ ଦେଖିବାକୁ ବାକି ରହିଲା ଏହି ସମ୍ପର୍କ କେତେ ସମୟ ତିଷ୍ଟି ରହୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More