Only for Entertainment

ରିଲିଜ ହେଲା ଲୈଲା ମଜନୁର ଆଉ ଏକ ଗୀତ ।

youtube
0 35

ରକଷ୍ଟାର, ଜବ ୱି ମେଟ, ହାଇୱେ ଏବଂ ତମାଶା ଭଳି ଫିଲ୍ମରେ ନିର୍ଦ୍ଦେଶନା ଭାର ତୁଲାଇଥିବା ଇମତିଆଜ ଅଲ୍ଲୀ ଏଥର ‘ଲୈଲା ମଜନୁ’ନେଇ ପୁଣି ଥର ଆସୁଛନ୍ତି । ଏହି ଫିଲ୍ମର ପୋଷ୍ଟର ଏବଂ ଟ୍ରେଲର ରିଲିଜ ହୋଇଥିଲା ଏବଂ କିଛି ଦିନ ତଳେ ଏହି ଫିଲ୍ମର ପ୍ରଥମ ଗୀତ ରିଲିଜ ହୋଇଥିଲା । ଏବେ ଏହି ଫିଲ୍ମର ଆଉ ଏକ ଗୀତ ଦେଖିବାକୁ ମିଳିଛି ।

ଏହି ଗୀତରେ କଣ୍ଠଦାନ କରିଛନ୍ତି ଆତିଫ ଅସଲାମ ଏବଂ ଜ୍ୟୋତିକା ଟାଙ୍ଗରୀ । ଏଥିରେ ନଜର ଆସିଛନ୍ତି ଅଭିନେତା ଅଭିନାଶ ତିୱାରୀ ଏବଂ ଅଭିନେତ୍ରୀ ତ୍ରିପ୍ତି ଡିମରି । ଏହି ଗୀତ ସୁନ୍ଦର ବଣ ଏବଂ ବରଫାଛନ୍ନ ସ୍ଥାନରେ ସୁଟ କରାଯାଇଛି ।

ଏଠାରେ ଆମେ କହି ରଖୁଛୁ ଯେ ଏହି ଫିଲ୍ମକୁ ଡିରେକ୍ଟ କରୁଛନ୍ତି ସାଜିଦ ଅଲ୍ଲୀ । ୭ସେପ୍ଟମ୍ବରରେ ଏହି ଫିଲ୍ମ ପରଦାରେ ଦେଖିବାକୁ ମିଳିବ । କିଛି ଦିନ ତଳେ ରିଲିଜ ହୋଇଥିବା ଲୈଲା ମଜନୁ ଟ୍ରେଲର ଖୁବ ଜବରଦସ୍ତ ହୋଇଥିଲା ଯାହାକୁ ଲୋକମାନେ ଖୁବ ମାତ୍ରାରେ ପସନ୍ଦ ମଧ୍ୟ କରିଥିଲେ । ଏହି ପ୍ରୋଜେକ୍ଟରେ ଖାସ ହାତ ମିଳାଇଛନ୍ତି ଏକତା କପୂର ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More