Only for Entertainment

ସ୍ବାଦିଷ୍ଟ ଓଟ୍‌ସ ଆମଲେଟ୍‌, ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ

Kooking with Ketaki
39

ସାମଗ୍ରୀ-

ଅଣ୍ଡା, ଯେତିକି ଅଣ୍ଡା ନେଉଛନ୍ତି ତାହାର ଏକ ଚତୁର୍ଥାଶଂ ଓଟ୍‌ସ, ୨ ଚାମଚ କ୍ଷିର, ହଳଦୀ ଗୁଣ୍ଡ, ଗୋଲମରିଚ ଗୁଣ୍ଡ, ତେଲ, କଟା ପିଆଜ, କଟା ଗାଜର, କଟା କ୍ୟାପିସ୍‌କମ୍‌, କଟା କଞ୍ଚା ଲଙ୍କା, କଟା ଧନିଆ ପତ୍ର ଓ ସ୍ବାଦ ଅନୁସାରେ ଲୁଣ।

ପ୍ରସ୍ତୁତି ପ୍ରଣାଳୀ-
ପ୍ରଥମେ ଓଟ୍‌ସକୁ ଗ୍ରାଇଣ୍ଡିଂ କରି ଏହାକୁ ଗୁଣ୍ଡ କରନ୍ତୁ। ଏଥିରେ ହଳଦୀ, ଲୁଣ, ଗୋଲମରିଚ ଗୁଣ୍ଡ, ମସଲା ଓ କ୍ଷିର ପକାଇ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏହି ମିଶ୍ରଣରେ ଅଣ୍ଡା ପକାଇ ଭଲ ଭାବେ ଫେଣ୍ଟନ୍ତୁ। ଏବେ ଏଥିରେ କଟା ପିଆଜ, ଗାଜର, କ୍ୟାପ୍‌ସିକମ୍‌, ଲଙ୍କା ଓ ଧନିଆ ପତ୍ର ପକାଇ ଭଲ ଭାବେ ଗୋଳାନ୍ତୁ। ତାୱା ଗରମ କରି ତେଲ ପକାନ୍ତୁ। ଏଥିରେ ଏହି ମିଶ୍ରଣକୁ ଢାଳି ଆମଲେଟ୍‌ ଆକାରରେ କରନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କ ଗରମ ଗରମ ସ୍ବାଦିଷ୍ଟ ମସଲାଯୁକ୍ତ ଓଟ୍‌ସ ଆମଲେଟ୍‌। ସକାଳ ଜଳଖିଆରେ ଗରମ ଗରମ ଖାଆନ୍ତୁ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More