Only for Entertainment

ଘରେ ପ୍ରସ୍ତୁତ କରନ୍ତୁ ଓଟ୍ସ ରୋଟି ।

yummy tummy
0 98

ଶରୀର ପାଇଁ ଓଟ୍ସ ଖୁବ ସ୍ୱାସ୍ଥବର୍ଦ୍ଧକ ଅଟେ । ଆପଣ ଜାଣନ୍ତି କି ଓଟ୍ସରେ ରୋଟି ପ୍ରସ୍ତୁତ ହୋଇପାରିବ । ଓଟ୍ସରେ ଫାଇବର ପ୍ରଚୁର ପରିମାଣରେ ଥାଏ ଯଦି ଆପଣ ଡାଏଟ କରୁଛନ୍ତି ତେବେ ଆପଣଙ୍କ ଭୋଜନରେ ଓଟ୍ସ ରୋଟିକୁ ସାମିଲ କରନ୍ତୁ । ଏଥିରେ କ୍ୟାଲୋରି କମ ଥାଏ ଏବଂ ବିଟା ଗ୍ଲୁକୋନର ମାତ୍ରା ଅଧିକ ଥାଏ । ଯାହା ମେଦବହୁଳତା କମ କରିବାରେ ସାହାଯ୍ୟ କରିଥାଏ । ଆସନ୍ତୁ ଜାଣିବା ଓଟ୍ସ ରୋଟି ବନାଇବାର ପ୍ରକ୍ରିୟା –

ଗୋଟେ ପାତ୍ରରେ ଗହମ ଅଟା ନିଅନ୍ତୁ ।

ଏଥିରେ ଓଟ୍ସ, କଟା ପିଆଜ, ଧନିଆ, କଂଚା ଲଙ୍କା, ଲୁଣ ଏବଂ ତେଲ ପକାନ୍ତୁ ।

କିଛି ପାଣି ଢାଳି ଏହି ମିଶ୍ରଣକୁ ନରମ ହେବା ଯାଏଁ ଚକଟନ୍ତୁ ।

ଏହାପରେ ଏହାକୁ ଘୋଡାଇ ଅଧଘଂଟା ପର୍ଯ୍ୟନ୍ତ ରଖିଦିଅନ୍ତୁ ।

ଏବେ ଅଟା ଦେଇ ଛୋଟ ଛୋଟ ଗୁଳା ବନାନ୍ତୁ ।

ଏବେ ଗହମ ଅଟା ଲଗାଇ ବେଲନ୍ତୁ ।

ତାୱା ଗରମ ହେଲା ପରେ ସାଧାରଣ ରୋଟ ଭଳି ସେକନ୍ତୁ ଏବଂ ଏଥିରେ ଅଳ୍ପ ତେଲ ଲଗାନ୍ତୁ ।

ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କ ଓଟ୍ସ ରୋଟି । ଏହାକୁ ଆଚାର କିମ୍ବା ଦହି ସହ କିମ୍ବା କୌଣସି ତରକାରୀ ସହ ପରଷନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More