Only for Entertainment

ତେଲୁଗୁ ଫିଲ୍ମର ଅଫର ଛାଡିଥିଲେ ଭୂମିକା, ଜାଣନ୍ତୁ ଏହା ପଛର କାରଣ

best in odisha
48

ଶିଶୁ କଳାକାର ଭାବେ ଅଭିନୟ ଜଗତରେ ପାଦ ରଖିଥିବା ଭୂମିକା ଏବେ ନାୟିକା ଭାବେ ଓଲିଉଡରେ ନିଜର ସ୍ଥାନ ସୁଦୃଢ଼ କରିସାରିଛନ୍ତି । ପ୍ରଥମଥର ପାଇଁ ଫିଲ୍ମ ‘ତୁ ମୋ ଲଭ୍‍ ଷ୍ଟୋରୀ’ରେ ପ୍ରଥମେ ନାୟିକା ଭାବେ ନଜର ଆସିଥିଲେ ଭୂମିକା । ତେବେ ତାଙ୍କ ଅଭିନୟକୁ ଖୁବ୍‍ ପସନ୍ଦ ମଧ୍ୟ କରିଥିଲେ ଦର୍ଶକ । ଏହାପରେ ସେ ନଜର ଆସିଥିଲେ ବାବୁସାନ୍‍ଙ୍କ ସହ ଫିଲ୍ମ ‘ହିରୋ ନମ୍ବର ୱାନ୍‍’ରେ । ଏହାପରେ ସେ ନଜର ଆସିଥିଲେ ‘ଶୀମାନ୍‍ ସୁରଦାସ’, ‘ନାୟକର ନାଆଁ ଦେବଦାସ’ ଏବଂ ‘ତୁ ମୋ ଲଭ୍‍ ଷ୍ଟୋରୀ-୨’ରେ ।

ହେଲେ ଆପଣ କ’ଣ ଜାଣନ୍ତି ଯେ, ଭୂମିକାଙ୍କୁ ଏକ ତେଲୁଗୁ ଫିଲ୍ମର ଅଫର ମିଳିଥିଲା । ହଁ ଏହା ସତ ଯେ, ଜଣେ ତେଲୁଗୁ ଫିଲ୍ମର ନିର୍ମାତା ଫିଲ୍ମ ପାଇଁ ପ୍ରସ୍ତାବ ନେଇ ତାଙ୍କ ଘରକୁ ମଧ୍ୟ ଅସିଥିଲେ । କିନ୍ତୁ ଦୁର୍ଭାଗ୍ୟବଶତଃ ନିଜର ପରୀକ୍ଷା ପାଇଁ ଫିଲ୍ମଟିକୁ ଭୂମିକାଙ୍କୁ ଛାଡ଼ିବାକୁ ପଡ଼ିଥିଲା । ଅବଶ୍ୟ ଏହି ପ୍ରସ୍ତାବ ତାଙ୍କୁ ପ୍ରାୟ ବର୍ଷକ ତଳେ ମିଳିଥିଲା । ଏବେ ପୁଣି କେବେ ଭୂମିକା ନୂଆ ସିନେମା ସାଇନ୍‍ କରିବେ ତାହା ଉପରେ ନଜର ରହିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More