Only for Entertainment

କିଛି ଦିନ ବ୍ୟବଧାନ ପରେ ଦୀପିକାଙ୍କୁ ମିଳିଛି ଏକ ଓଡିଆ ସିନେମା

google
57

ବେଶ୍‍ କିଛି ଦିନ ବ୍ୟବଧାନରେ ଓଲିଉଡର ଗ୍ଲାମରସ୍‍ ହିରୋଇନ୍‍ ଦୀପିକାଙ୍କୁ ମିଳିଛି ଏକ ଓଡିଆ ସିନେମା । ଦୀପିକା ଅବଶ୍ୟ ଏମିତି ଜଣେ ନାୟିକା, ଯିଏ ଓଲିଉଡରେ ଆଗଧାଡିର ନାୟିକା ଏ ଯାଏଁ ହୋଇପାରି ନାହାନ୍ତି । ଦୀପିକାଙ୍କୁ ପ୍ରାରମ୍ଭିକ ପର୍ଯ୍ୟାୟରେ ଛୋଟ ଛୋଟ ଭୂମିକାରେ ବିଭିନ୍ନ ସିନେମାରେ ଦେଖିବାକୁ ମିଳିଥିଲା । ତରଙ୍ଗ ସିନେ ପ୍ରଡକସନ୍‍ସ ପକ୍ଷରୁ ପ୍ରଯୋଜିତ ‘ଗପ ହେଲେ ବି ସତ’ରେ ଦୀପିକାଙ୍କର ଏକ ଛୋଟିଆ ଭୂମିକା ଥିଲା । ଏହା ସଂକ୍ଷିପ୍ତ ହେଲେ ବି ବେଶ୍‍ ଚର୍ଚ୍ଚିତ ହୋଇଥିଲା । ପରେ ଦୀପିକାଙ୍କୁ ଅନ୍ୟ ସିନେମାରେ ଲିଡ୍‍ ରୋଲ ମିଳିଥିଲା ।

ତେବେ ସେ ଯାହା ହେଉନା କାହିଁକି ଦୀପିକା ଏବେ ଫୁଣି ଏକ ଫିଲ୍ମରେ କାମ କରିବାକୁ ଯାଉଛନ୍ତି । ଏଥିରେ  ସେ  ନାୟିକା ଚରିତ୍ରରେ ଅଛନ୍ତି । ଏଠାରେ ଯେଉଁ ଓଡିଆ ସିନେମା କଥା କୁହାଯାଉଛି, ତା’ର ଟାଇଟଲ୍‍ ହେଲା  ‘ଚକ୍ରବ୍ୟୁହ’ ଏହା ଏକ ସସ୍‍ପେନସ୍‍ ଥ୍ରିଲର । ଏହି ଫିଲ୍ମରେ ଦୀପିକାଙ୍କୁ ନାୟକ ଜ୍ୟୋତିଙ୍କ ବିପକ୍ଷରେ ଦେଖିବାକୁ ପାଇବେ ଦର୍ଶକ । ଏହି ସିନେମାର ନିର୍ଦ୍ଦେଶନା ଦେଉଛନ୍ତି ଅମର ପତି । ଖୁବ୍‍ ଶୀଘ୍ର ‘ଚକ୍ରବ୍ୟୁହ’ର ସୁଟିଂ ଆରମ୍ଭ ହେବ ବୋଲି ଜଣାଯାଇଛି ।

ଦିଲୀପ ପଣ୍ଡାଙ୍କ ପ୍ରଯୋଜିତ ଫିଲ୍ମ ‘ଟାଇଗର’ରେ ଦୀପିକାଙ୍କୁ ନାୟିକା ଭୂମିକାରେ ଦେଖିବାକୁ ପାଇଥିଲେ ଦର୍ଶକ । ଏହି ଫିଲ୍ମରେ ଅମ୍ଲାନ ଥିଲେ ନାୟକ ଭୂମିକାରେ । ‘ଟାଇଗର୍‍’ ଅବଶ୍ୟ ଫ୍ଲପ୍‍ ହୋଇଥିଲା । ଏହାପରେ ଦୀପିକାଙ୍କୁ ଅନ୍ୟ ଏକ ଓଡିଆ ସିନେମା ‘ଆଖି ବୁଜି ଦେଲେ ତୁ’ ରେ ବି ଲିଡ୍‍ ରୋଲ୍‍ ମିଳିଥିଲା । ଏହି ଫିଲ୍ମରେ ଦୀପିକା ପୁପିନ୍ଦରଙ୍କ ଅପୋଜିଟରେ କାମ କରିଥିଲେ, ମାତ୍ର ସେହି ସିନେମା ଏ ଯାଏଁ ରିଲିଜ୍‍ ହୋଇ ପାରି ନାହିଁ ।  ତା’ପରେ ଦୀପିକା ଦିଲୀପ ପଣ୍ଡାଙ୍କ ନିର୍ଦ୍ଦେଶିତ ‘ଦିଲ୍‍ କା ରାଜା’ରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଥିଲେ । ଏହି ଫିଲ୍ମରେ ଜ୍ୟୋତି ଓ ପିଙ୍କି ପ୍ରିୟଦର୍ଶିନୀ ମୁଖ୍ୟ ଭୂମିକାରେ ଥିଲେ । ଏହାପରେ ଦୀପିକା ବଡ଼ ପରଦା ଛାଡି ଛୋଟ ପରଦାଙ୍କୁ ମୁହାଁଇଥିଲେ । ସେ ଜୀ-ସାର୍ଥକ ଚାନେଲ୍‍ରେ ପ୍ରସାରିତ ‘ସରଗମ୍‍’ ଧାରାବାହିକରେ ଟାଇଟଲ ରୋଲରେ ନଜର ଆସିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More