Only for Entertainment

ଶେଷ ହେଲା ଆମ ଘର ଲକ୍ଷ୍ମୀ ଧାରାବାହିକ ଅଭିନେତ୍ରୀଙ୍କ ନିର୍ବନ୍ଧ, ସୋସିଆଲ ମିଡିଆରେ ଶେୟାର କଲେ ଭିଡ଼ିଓ

facebook
469

ଓଡ଼ିଆ ଧାରାବାହିକ ‘ଆମ ଘର ଲକ୍ଷ୍ମୀ’ର ଅଭିନେତ୍ରୀ ଶ୍ରଦ୍ଧା ପାଣିଗ୍ରାହୀଙ୍କର ନିକଟରେ ନିର୍ବନ୍ଧ ଶେଷ ହୋଇଛି । ଶ୍ରଦ୍ଧାଙ୍କ ନିର୍ବନ୍ଧ ଓଡ଼ିଆ ଅଭିନେତା ରାଜ୍ ରାଜେଶଙ୍କ ସହିତ ଘନିଷ୍ଠ ବନ୍ଧୁ ଓ ପରିବାରବର୍ଗଙ୍କ ସାମ୍ନାରେ ଶେଷ ହୋଇଛି । କହିରଖୁଛୁ ଆମ ଘର ଲକ୍ଷ୍ମୀ’ ଓଡ଼ିଆ ଧାରାବାହିକରେ ଶ୍ରଦ୍ଧା ମୁଖ୍ୟ ଚରିତ୍ରରେ ନଜର ଆସିଥିଲେ ।

ନିର୍ବନ୍ଧର ଭିଡ଼ିଓ ଶ୍ରଦ୍ଧା ତାଙ୍କ ଫେସବୁକ ଆକାଉଂଟରେ ଶେୟାର କରିଛନ୍ତି ଏବଂ ଏହା ସହିତ ୟୁଟ୍ୟୁବରେ ଅପଲୋଡ ହୋଇଥିବା ଭିଡ଼ିଓର ଲିଙ୍କ ମଧ୍ୟ ଦେଇଛନ୍ତି । ଶ୍ରଦ୍ଧାଙ୍କ ସହିତ ଓଡ଼ିଆ ଧାରାବାହିକ ଅଭିନେତା ଶିଭାଶିଷ,ପନୀ ଅନିଷା,ଅଭିନେତ୍ରୀ ଅର୍ପିତା କର, ଫିଲ୍ମ ଅଭିନେତା ଜ୍ୟୋତିଙ୍କ ସମେତ କେତେକ ଓଲିଉଡ କଳାକାର ଏବଂ ଓଡ଼ିଆ ଧାରାବାହିକ କଳାକାର ଏହି ନିର୍ବନ୍ଧରେ ଉପସ୍ଥିତ ଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More