Only for Entertainment

ଇଣ୍ଡିଆନ ଆଇଡଲର ଟପ୍ ୧୦ରେ ସ୍ଥାନ ପକ୍କା କଲେ ଓଡିଆ ପୁଅ ବିଶ୍ୱଜିତ୍ ମହାପାତ୍ର ।

web dunia
0 54

ପୁଣିଥରେ ଜତୀୟ ସ୍ତରରେ ଓଡିଶା ପାଇଁ ଗୌରବ ଆଣିଛନ୍ତି ଜଣେ ଓଡିଆ ପୁଅ । ଇଣ୍ଡିଆନ ଆଇଡଲ ଟପ ଟେନରେ ସ୍ଥାନ ପକ୍କା କରିଛନ୍ତି ଓଡିଆ ପୁଅ ବିଶ୍ୱଜିତ ମହାପାତ୍ର । ନିଜ ସ୍ୱରର ଯାଦୁରେ ଅଗଣିତ ଦର୍ଶକ ଓ ବିଚାରପତିଙ୍କ ହୃଦୟ ମନ ଜିଣୁଛନ୍ତି ଏହି ଯୁବ ପ୍ରତିଭା । କଳାହାଣ୍ଡି ଜିଲ୍ଲାର ବିଶ୍ୱଜିତ୍ ସବୁ ପ୍ରକାର ଗୀତ ଗାଇ ଇଣ୍ଡିଆନ ଆଇଡଲର ଗୋଟିଏ ପରେ ଗୋଟିଏ ସଫଳତାର ପାହାଚ ଚଢି ଚାଲିଛନ୍ତି ।

biswajeet-mohapatra

ବହୁ ପ୍ରତିଯୋଗୀଙ୍କୁ ପଛରେ ପକାଇ ବିଶ୍ୱଜିତ୍ ଏବେ ଟପ୍ ୧୦ ଜଣ ପ୍ରତିଯୋଗୀଙ୍କ ମଧ୍ୟରେ ରହିଛନ୍ତି । ଇଣ୍ଡିଆନ ଆଇଡଲ ଦେଶର ସବୁଠୁ ଲୋକପ୍ରିୟ ସିଙ୍ଗିଙ୍ଗ ରିଏଲିଟି ସୋ । ସାରା ଦେଶରୁ କଣ୍ଠଶିଳ୍ପୀ ନିଜ ଗାୟକିର ଜଲୱା ଦେଖାଇବାକୁ ଏହି ମଂଚକୁ ଆସିଥାନ୍ତି । ତେଣୁ ଇଣ୍ଡିଆନ ଆଇଡଲ ସିଙ୍ଗିଙ୍ଗ ରିଏଲିଟି ସୋ’ରେ ବିଶ୍ୱଜିତଙ୍କ ସଫଳତା ଓଡିଶା ପାଇଁ ଗର୍ବ ଓ ଗୌରବ ବିଷୟ ନିଶ୍ଚୟ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More