Only for Entertainment

ଦଶହରାର ଡବଲ ଧମାକା, ମୁହାଁ ମୁହିଁ ହେବେ ସିଦ୍ଧାନ୍ତ ମହାପାତ୍ର ଏବଂ ବାବୁଶାନ !

36

ଚଳିତ ବର୍ଷ ଦଶହରା ଅବସରରେ ଦୁଇଟି ଓଡ଼ିଆ ସିନେମା ରିଲିଜ୍‌ ହେଉଛି।ଏଥିମଧ୍ୟରୁ ପ୍ରଥମଟି ହେଲା ‘ମିଷ୍ଟର ମଜନୁ’। ତରଙ୍ଗ ସିନେ ପ୍ରଡକସନ୍‌ସ ବ୍ୟାନରରେ ନିର୍ମିତ ଏହି ଫିଲ୍ମଟି ଆଜି ଓଡ଼ିଶାର ବିଭିନ୍ନ ପ୍ରେକ୍ଷାଳୟରେ ମୁକ୍ତିଲାଭ କରୁଛି।

 

ଏଥିରେ ବାବୁସାନ୍‌, ଶୀତଲ,ସୂରମୟୀ , ଦିବ୍ୟା, ମିହିର ଦାସ ଏବଂ ରାଇମୋହନଙ୍କୁ ଦେଖିବାକୁ ମିଳିବ ମୁଖ୍ୟ ଭୂମିକାରେ। ‘ମିଷ୍ଟର ମଜନୁ’ର ନିର୍ଦ୍ଦେଶନା ଦେଇନ୍ତି ଅଶୋକ ପତି। ଏହାର ସଙ୍ଗୀତ ନିର୍ଦ୍ଦେଶକ ହେଲେ ଅଭିଜିତ ମଜୁମଦାର , ଡ଼ ନିର୍ମଳ ନାୟକ ସଂଳାପକାର। ବାପୁ ଗୋସ୍ୱାମୀ ଏବଂ ଡ଼ ନିର୍ମଳ ନାୟକ ଏହାର ଗୀତିକାର।

ଏଥର ଦଶହରା ଅବସରରେ ସାର୍ଥକ ଫିଲ୍ମସର ୨୭ତମ ଚଳଚ୍ଚତ୍ର ‘ଦିସ ଇଜ ମାୟାରେ ବାୟା’ ବି ରିଲିଜ୍ ହେଉଛି। ଏହି ସିନେମାରେ ସିଦ୍ଧାନ୍ତ ମହାପାତ୍ର, ଝିଲିକ୍ , ସ୍ୱରାଜ, ଏବଂ ଏଲିନାଙ୍କୁ ଦର୍ଶକ ଦେଖିବାକୁ ପାଇବେ। ସୀତାରାମ ଅଗ୍ରଓ୍ବାଲ ଏହାର ପ୍ରଯୋଜକ ଏବଂ ସୁଶାନ୍ତ ମଣି ନିର୍ଦ୍ଦେଶକ। ମଳୟ ମିଶ୍ର ଏହାର ସଙ୍ଗୀତକାର ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More