Only for Entertainment

ଆରପାରିରେ ଓଡିଆ ହାସ୍ୟ ଅଭିନେତା ସଲିଲ ମିତ୍ର

google
47

ଓଲିଉଡ ପାଇଁ ଦୁଃଖଦ ଖବର । ଓଲିଉଡର ବରିଷ୍ଠ ହାସ୍ୟଅଭିନେତା ସଲିଲ ମିତ୍ରଙ୍କ ମୃତ୍ୟୁ ହୋଇଛି । ରାତି ପ୍ରାୟ ୧୨ଟା୧୫ ମିନିଟରେ ସେ ଶେଷନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କ ନିକଟରେ ପତ୍ନୀ ଓ ୨ ଝିଅ ଉପସ୍ଥିତ ଥିଲେ । ମେ ୧୨ ତାରିଖରେ କେନ୍ଦୁଝରରୁ ସୁଟିଂ ଶେଷ କରି ଫେରୁଥିବା ବେଳେ ଘଟଗାଁ କଲେଜ ନିକଟରେ ଦୁର୍ଘଟଣାର ଶିକାର ହୋଇଥିଲେ । ଦୁର୍ଘଟଣାରେ ତାଙ୍କର ହାତ ଓ ଗୋଡ ଭାଙ୍ଗିଯିବା ସହ ଛାତିରେ ମଧ୍ୟ ଆଘାତ ଲାଗିଥିଲା । ପରେ ସଲିଲଙ୍କୁ କଟକ ଏସସିବି ଏବଂ ଭୁବନେଶ୍ୱର କିମସ ହସ୍ପିଟାଲରେ ଚିକିତ୍ସା କରାଯାଉଥିଲା ।

safe_image

୧୯୯୯ ମସିହାରେ ଓଲିଉଡରେ ସଲିଲ ମିତ୍ରଙ୍କ ଡେବ୍ୟୁ ଫିଲ୍ମ ଥିଲା ପୁଅ ଭାଙ୍ଗିଦେଲା ସୁନା ସଂସାର । ଅନେକ ମଂଚ, ଟିଭି ଧାରାବାହିକ ଓ ଚଳଚ୍ଚିତ୍ର ମାଧ୍ୟମରେ ଦର୍ଶକଙ୍କ ମନ ଜିତିପାରିଥିଲେ । ଅନେକ ଓଡିଆ ସିନେମାରେ ଚମକ୍ରାର କମେଡି କରି ଦର୍ଶକଙ୍କ ମନରଞ୍ଜନ କରିଥିଲେ ସଲିଲ ମିତ୍ର । ସଲିଲଙ୍କ ଅଭିନୀତ କିଛି ସିନେମା ମଧ୍ୟରେ ରହିଛି, ଅର୍ଜୁନ, ଶୁଭବିବାହ, ହିରୋ-ପ୍ରେମ କଥା, ବାଳୁଙ୍ଗା ଟୋକା, କେବେ ତମେ ନାହଁ କେବେ ମୁଁ ନାହିଁ, ତୁ ମୋ ଆରମ୍ଭ ତୁ ମୋ ଶେଷ, ଗଞ୍ଜା ଲଢେଇ, ଗପ ହେଲେ ବି ସତ ଏବଂ ଶୀଷ୍ଟର ଶ୍ରୀଦେବୀ। ଏହାଛଡା ଆହୁରି ଅନେକ ସିନେମାରେ ହାସ୍ୟରସାତ୍ମକ ଚରିତ୍ରରେ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତିଥିଲେ ସଲିଲ ମିତ୍ର ।

ତାଙ୍କର ମୃତ୍ୟୁରେ ସମଗ୍ର ଓଲିଉଡରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ପରଲୋକ ଖବର ପାଇ ବିଳମ୍ବିତ ରାତିରେ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ଶେଷ ଦର୍ଶନ କରିଛନ୍ତି । ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରି ସହିତ ଜଡିତ ଅନେକ ବ୍ୟକ୍ତି କିମସରେ ପହଂଚି ତାଙ୍କ ଶେଷ ଦର୍ଶନ କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More