Only for Entertainment

ରିଲିଜ ହେଲା ଆଗାମୀ ଓଡିଆ ଫିଲ୍ମ ‘ବିଶ୍ୱରୂପ- ବର୍ଣ୍ଣ ଟୁ ଫାଇଟ୍’ର ରୋମାଣ୍ଟିକ ଗୀତ ‘ଓ ରେହନୁମା’

you tube
100

ଆଗାମୀ ଓଲିଉଡ୍ ଚଳଚ୍ଚିତ୍ର ‘ବିଶ୍ୱରୂପ- ବର୍ଣ୍ଣ ଟୁ ଫାଇଟ୍’ର ରୋମାଂଟିକ ଗୀତ ‘ଓ ରେହନୁମା’ ରିଲିଜ ହୋଇଛି । ଏବି କ୍ରିଏସନ୍ ବ୍ୟାନରରେ ପ୍ରସ୍ତୁତ ହୋଇଥିବା ଏହି ସିନେମାରେ ନାୟକ ଭାବେ ନଜଡର ଆସିବେ ନବାଗତ ବିଶ୍ୱରୂପ । ସିନେମାରେ ତାଙ୍କ ବିପକ୍ଷରେ ନାୟିକା ଭାବେ ଦୁଇ ଦୁଇ ଜଣ ସୁନ୍ଦରୀଙ୍କୁ ଦେଖିବାକୁ ମିଳିବ । ଅମ୍ରିତା ଏବଂ ତନୁସ୍କା । ସିନେମାରେ ସଙ୍ଗୀତର ଭାରତ ତୁଲାଇଛନ୍ତି ବିଭୂତି ଭୂଷଣ ଗଡନାୟକ । ସିନେମାରେ ଆକର୍ଷଣୀୟ ଗୀତ ଗୁଡିକୁ ସ୍ଥାନ ଦେଇଛନ୍ତି ବିଭୁତି ଭୂଷଣ ।

ଆଉ ଏହି ଗୀତରେ କଣ୍ଠଦାନ କରିଛନ୍ତି ସତ୍ୟଜୀତ ପ୍ରଧାନ, ଅର୍ପିତା ପ୍ରଧାନ । ବିଶ୍ୱରୂପ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ସରୋଜକାନ୍ତ । ଫିଲ୍ମରେ ଅଭିନେତା କାଳିଚରଣଙ୍କୁ ଅନ୍ୟ ଏକ ପ୍ରମୁଖ ଚରିତ୍ରରେ ଦେଖିବାକୁ ମିଳିବ । ଆକ୍ସନ୍, ଡ୍ରାମା ସହ ରୋମାନ୍ସ ମଧ୍ୟ ଦେଖିବାକୁ ମିଳିବ ଏହି ସିନେମାରେ । ଫିଲ୍ମଟିର ସୁଟିଂ, ଏଡିଟିଂ ଶେଷ ହୋଇଥିବାବେଳେ ଆସନ୍ତା ଡିସେମ୍ବର ୧୩ ତାରିଖରେ ପରଦାକୁ ଆଶିବ ଚଳଚ୍ଚିତ୍ର ‘ବିଶ୍ୱରୂପ- ବର୍ଣ୍ଣ ଟୁ ଫାଇଟ୍’ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More