ଓଡିଆ ଇଣ୍ଡଷ୍ଟ୍ରୀରେ ପ୍ରସ୍ତୁତ ହୋଇଛି ଆକ୍ସନ୍ ରୋମାଂଟିକ୍ ଚଳଚ୍ଚିତ୍ର ବ୍ଲାକମେଲ୍ । ଫିଲ୍ମରେ ନାୟକ ଭାବେ ନଜର ଆସିବେ ଅଭିନେତା ଅର୍ଦ୍ଧେନ୍ଦୁ ଏବଂ ନାୟିକା ଭାବେ ଅଭିନେତ୍ରୀ ତମନ୍ନା ଓ ନବାଗତା ଆହାନାଙ୍କୁ ଦେଖିବାକୁ ମିଳିବ । ଫିଲ୍ମଟି ରିଲିଜ୍ ହେବା ଆଗରୁ ଏହାର ଅଡିଓ ରିଲିଜ୍ ହୋଇ ଯାଇଛି ।
ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଜରିଆରେ ବ୍ଲାକମେଲର ଅଡିଓ ରିଲିଜ୍ ହୋଇଯାଇଛି । ଏହି ଅବସରରେ ଫିଲ୍ମର ଲିଡଷ୍ଟାରଙ୍କ ସମେତ ମେକର୍ – ଡରେକ୍ଟର୍ ଓ ମ୍ୟୁଜିକ୍ ଡିରେକ୍ଟରଙ୍କୁ ମଧ୍ୟ ଦେଖିବାକୁ ମିଳିଛି । ଚଳଚ୍ଚିତ୍ର ବ୍ଲାକ୍ମେଲରେ ସଙ୍ଗୀତର ଭାର ତୁଲାଇଛନ୍ତି ମ୍ୟୁଜିକ୍ ସାଇନ୍ଟିଷ୍ଟ ପ୍ରେମ ଆନନ୍ଦ । ଫିଲ୍ମରେ ସ୍ଥାନ ପାଇଥିବା ହାଏ ତୋ ପ୍ରେମର ରଙ୍ଗୋଲି ଗୀତଟି ଅଲରେଡି ଓଡିଆ ସ୍ରୋତାଙ୍କୁ ପସନ୍ଦ ଆସି ପାରିଛି । ଗୀତରେ ଶୁଣିବାକୁ ମିଳିଛି ଉଦିତ୍ ନାରାୟଣ ଓ ଦୀପ୍ତିରେଖାଙ୍କ ଭଏସ୍ ।
source: cinecritic
ମା ସିଂଘାସିନି ଫିଲ୍ମସ୍ ବ୍ୟାନରରେ ପ୍ରସ୍ତୁତ ହୋଇଥିବା ଏହି ଆକ୍ସନ୍ ରୋମାଂଟିକ୍ ଚଳଚ୍ଚିତ୍ରରେ ନିର୍ଦ୍ଦେଶନା ଭାର ତୁଲାଇଛନ୍ତି କୋରିଓଗ୍ରାଫର୍ ଅମିତ୍ ନାୟକ । ସିନେମାରେ ନାୟକ ହେବା ସହ ଫିଲ୍ମର ପ୍ରଯୋଜନା ମଧ୍ୟ କରୁଛନ୍ତି ଅଭିନେତା ଅର୍ଦ୍ଧେନ୍ଦୁ ।
ଫିଲ୍ମରେ ସ୍ଥାନ ପାଇଥିବା ସମସ୍ତ ଗୀତ ଓଡିଶାର ସ୍ରୋତାଙ୍କୁ ପସନ୍ଦ ଆସିବ ବୋଲି ଆଶା ରଖିଛନ୍ତି ମେକର୍ । ଏହାସହ ଫିଲ୍ମଟି ବି ହିଟ୍ ହେବ ବୋଲି ଅନୁମାନ୍ କରାଯାଉଛି । ଖୁବଶୀଘ୍ର ପରଦାକୁ ଆସିବ ବ୍ଲାକମେଲ୍ ।