Only for Entertainment

‘ଓଡିଶା ସୋସାଆଇଟି ଅଫ ନ୍ୟୁ ଇଂଲଣ୍ଡ’ ପକ୍ଷରୁ ଏହି ନିଆରା ପ୍ରୟାସ କରାଯାଇଛି, ଆମେରିକାର ବୋଷ୍ଟନରେ ରିଲିଜ ହୋଇଛି ଛବିରାଣୀ ।

33

ଓଲିଉଡର ଗର୍ବ ବଢାଇଛି କର୍ମସିଆଲ ବାୟୋପିକ ଫିଲ୍ମ ଛବିରାଣୀ । ୮୦ ଦଶକର ସତ୍ୟ କାହାଣୀକୁ ନେଇ ନିର୍ମିତ ଏହି ଛବିରାଣୀ ପ୍ରଥମ ଓଡିଆ ସିନେମା ଭାବେ ବିଦେଶରେ ରିଲିଜ ହୋଇଛି । ନଭେମ୍ବର ୨୩ରେ ଆମେରିକାର ବୋଷ୍ଟନରେ ରିଲିଜ ହୋଇଛି ଛବିରାଣୀ । ‘ଓଡିଶା ସୋସାଆଇଟି ଅଫ ନ୍ୟୁ ଇଂଲଣ୍ଡ’ ପକ୍ଷରୁ ଏହି ନିଆରା ପ୍ରୟାସ କରାଯାଇଛି ।

ପ୍ରତିକ୍ଷାର ଅନ୍ତ ହୋଇଛି । ବିଦେଶରେ ରହୁଥିବା ଓଡିଆ ସିନେପ୍ରେମୀ ଦେଖିବାକୁ ପାଇଛନ୍ତି ଓଡିଆ ବାୟୋପିକ ଫିଲ୍ମ ଛବିରାଣୀ । ନିକଟରେ ଆମେରିକାରେ ରିଲିଜ ହୋଇଛି ଏହି ଓଡିଆ କର୍ମସିଆଲ ବାୟୋପିକ ସିନେମା । ପ୍ରଥମ ଓଡିଆ ଫିଲ୍ମ ଭାବେ ବିଦେଶ ମାଟିରେ ଏହା ରିଲିଜ ହୋଇଛି । ଆମେରିକା ବୋଷ୍ଟନ ସହରରେ ଥିବା ଚେଲମସ୍ଫୋର୍ଡ ସେଂଟର ଫର ଆର୍ଟରେ ପ୍ରିମିୟର ଶୋ କରାଯାଇଛି । ପ୍ରିମିୟର ଶୋରେ ଯୋଗ ଦେବା ପାଇଁ ଏକାଠି ହୋଇଥିଲେ ଓଡିଆ ସିନେପ୍ରେମୀ ଓ ଓଡିଶା ସୋସାଆଇଟି ଅଫ ନ୍ୟୁ ଇଂଲଣ୍ଡ’ର ସଦସ୍ୟ ।

ପ୍ରଥମ ଓଡିଆ ଫିଲ୍ମ ଭାବେ ଆମେରିକାରେ ଛବିରାଣୀ ରିଲିଜ ହୋଇଥିଲା ତେଣୁ ନଡିଆ ଭାଙ୍ଗି କରାଯାଇଛି ଏହାର ପ୍ରିମିୟର । ଅନ୍ୟପଟେ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ଓଡିଆଣୀମାନେ ସେ ଦିନକୁ ଅଧିକ ସ୍ମୃତିଭରା କରିବା ପାଇଁ ସମ୍ବଲପୁରୀ ଓ ପଶାପାଲି ପୋଷାକ ସହ ପିନ୍ଧି ଫିଲ୍ମର ଭରପୂର ମଜା ନେଇଥିଲେ । ଓଡିଶା ସୋସାଇଟି ଅଫ ନ୍ୟୁ ଇଂଲଣ୍ଡ ପକ୍ଷରୁ କରାଯାଇଥିଲା ଏହି ନିଆରା ପ୍ରୟାସ । ଗ୍ୟାଲେରୀରେ ଦର୍ଶକଙ୍କ ବେଶ ଭିଡ ମଧ୍ୟ ଦେଖିବାକୁ ମିଳିଥିଲା । ଯାହାକି ଓଡିଆ ଫିଲ୍ମ ପାଇଁ ନୂଆ ପଥ ଖୋଲିବା ସହ ନୂଆ ଇତିହାସ ରଚିଛି ।

ବୋଷ୍ଟନ ରିଲିଜ ପରେ ଅନ୍ୟ ୫ଟି ସ୍ଥାନରେ ଫିଲ୍ମର ରିଲିଜ ଯୋଜନା ରଖାଯାଇଛି । ଆମେରିକା ରହୁଛନ୍ତ ବହୁ ଓଡିଆ । ଏହି ନିଆରା ପ୍ରୟାସ କେବଳ ସିନେପ୍ରେମୀଙ୍କ ମନୋରଞ୍ଜନ ଦେବନି ବଂର ବିଦେଶରେ ଓଡିଆ ସିନେମାର ନୂଆ ପରିଚୟ ବନାଇବାରେ ସହାୟକ ହେବ ବୋଲି ଟିମ ଛବିରାଣୀ ଆଶା ରଖିଛି । ସତକାହାଣୀ ଉପରେ ପର୍ଯ୍ୟବେସିତ ହୋଇଥିବା ଛବିରାଣୀ ଓଡିଶାରେ କିଛି ହଲରେ ମୁକ୍ତିଲାଭ କରିସାରିଛି ଓ ଆଗକୁ ଅନ୍ୟ କିଛି ସ୍ଥାନରେ ରିଲିଜ ପାଇଁ ଲକ୍ଷ୍ୟ ରଖିଛି ପ୍ରଯୋଜନା ସଂସ୍ଥା । ଛବିରାଣୀରେ ମୁଖ୍ୟ ଭୁମିକାେରେ ସିଦ୍ଧାର୍ଥ ମହାପାତ୍ର,ଅନୁ ଚୌଧୁରୀଙ୍କ ଅଭିନୟ ରହିଥିଲା ଓ ଏହାର ନିର୍ଦ୍ଦେଶନା ଦେଇଥିଲେ ଜଣାଶୁଣା ନିର୍ଦ୍ଦେଶକ ବବି ଇସଲାମ

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More