Only for Entertainment

ରିଲିଜ ହେଲା ଦେଖା ହେଲା ପ୍ରେମ ହେଲା ଫିଲ୍ମ ଟାଇଟଲ ଟ୍ରାକ’ର ଷ୍ଟୁଡିଓ ଭର୍ସନ, ଦେଖିବାକୁ ମିଳିଲା ଅଭିଷେକ ଏବଂ ରାଗିନୀଙ୍କ ରୋମାଂଟିକ ଝଲକ !

34

ଟ୍ରାଙ୍ଗୁଲାର୍ ଲଭଷ୍ଟୋରୀକୁ ନେଇ ଓଲିଉଡରେ ପ୍ରସ୍ତୁତ ହେବାକୁ ଯାଉଛି ଚଳଚ୍ଚିତ୍ର ‘ଦେଖା ହେଲା ପ୍ରେମ ହେଲା’ । ଦୁଇ ଦୁଇ ଜଣ ନାୟକଙ୍କ ସହ ଗୋଟିଏ ସୁନ୍ଦରୀ । ଅଭିଷେକ ରଥ ଓ ଶୁଭାଶିଷ ଶର୍ମା ଓରଫ୍ ମଂଟୁ । ଆଉ ଏମାନଙ୍କ ସହ ନାୟିକା ଭାବେ ବଙ୍ଗୀୟ ସୁନ୍ଦରୀ ରାଗିନୀଙ୍କୁ ଦେଖିବାକୁ ମିଳିବ । ଏବେ ଏହି ସିନେମାର ଟାଇଟଲ ଟ୍ରାକ ଷ୍ଟୁଡିଓ ଭର୍ସନ ରିଲିଜ ହୋଇଛି ।

ନୂଆ ଚରିତ୍ର ଆଉ କାହାଣୀ ସହ ଓଲିଉଡରେ ପ୍ରସ୍ତୁତ ହୋଇଛି ଚଳଚ୍ଚିତ୍ର ‘ଦେଖା ହେଲା ପ୍ରେମ ହେଲା’ । ନାୟକ ଅଭିଷେକ ଓ ନାୟିକା ରାଗିନୀଙ୍କୁ ନେଇ ରିଲିଜ୍ ହୋଇଛି ଏହି ମନଲୋଭା ଗୀତଟି ।
ଫିଲ୍ମର ରୋମାଂଟିକ୍ ଟାଇଟଲ ଗୀତର ଷ୍ଟୁଡିଓ ଭର୍ସନ ରିଲିଜ୍ କରାଯାଇଛି । ଆକର୍ଷଣୀୟ ଲିରିକ୍ସ ଓ ହୃଦୟସ୍ପର୍ଶୀ ସଙ୍ଗୀତ ଶୁଣିବାକୁ ମିଳିଛି ଏହି ଗୀତରେ ।

ଏଥିରେ ସଙ୍ଗୀତର ଭାର ତୁଲାଇଛନ୍ତି ଏସ୍. ଚନ୍ଦ୍ରକାନ୍ତ । କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଓ ଦିପ୍ତୀରେଖାଙ୍କ ମନଲୋଭା ଗାୟିକୀ ଶୁଣିବାକୁ ମିଳିଛି ଏହି ଗୀତରେ । ଆର୍ ଏଂଟରଟେନମେଂଟ୍ ଦ୍ୱାରା ପ୍ରସ୍ତୁତ ହେବାକୁଥିବା ଏହି ସିନେମାର ପ୍ରଯୋଜନା ସହ କାହାଣୀ ଦେଇଛନ୍ତି ରମେଶ ବାରିକ୍ । ଫିଲ୍ମଟିର ଚିତ୍ରନାଟ୍ୟ ସହ ନିର୍ଦ୍ଦେଶନା ଦେଇଛନ୍ତି ଟି. ଗଣେଷ । ଆସନ୍ତା ୨୬ ତାରିଖରେ ଫିଲ୍ମଟି ପରଦାକୁ ଆସିବ ବୋଲି ସ୍ଥିର ହୋଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More