Only for Entertainment

ଆଉ ନାହାଁନ୍ତି ଓଡ଼ିଆ ଫିଲ୍ମ ନିର୍ଦ୍ଦେଶକ ମନମୋହନ ମହାପାତ୍ର

32

ଜାତୀୟ ପୁରସ୍କାରପ୍ରାପ୍ତ ଓଡ଼ିଆ ଫିଲ୍ମ ନିର୍ଦ୍ଦେଶକ ମନମୋହନ ମହାପାତ୍ର ଆଜି ସୋମବାରକୁ ୬୯ ବର୍ଷ ବୟସରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।

ମନମୋହନ ଶୀତରାତି, ଭିନ୍ନ ସମୟ, କ୍ଲାନ୍ତ ଅପରାହ୍ନ, ନୀରବ ଝଡ଼, ମଝି ପାହାଚ ଭଳି ୮ଟି ଫିଲ୍ମ ପାଇଁ ଜାତୀୟ ପୁରସ୍କାର ପାଇଥିଲେ । ଶୀତରାତି ମନମୋହନଙ୍କର ପ୍ରଥମ ଓଡ଼ିଆ ଫିଲ୍ମ ଯାହା ୧୯୭୬ ମସିହାରେ ରିଲିଜ ହୋଇଥିଲା ଏବଂ ୧୯୮୨ ଇଂଟରନେସନାଲ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶନ ହୋଇଥିଲା । ଡିସେମ୍ବର ୨୦୧୯ରେ ମନମୋହନ ‘ଭିଜା ମାଟିର ସ୍ୱର୍ଗ’ ପାଇଁ ବେଷ୍ଟ ଡାଇରେକ୍ଟର ଆୱାର୍ଡ଼ ପାଇଥିଲେ ।

କେବଳ ଓଡ଼ିଆ ନୁହେଁ ବରଂ ହିନ୍ଦୀ ଭାଷାରେ ‘ବିଟ୍ସ ଆଣ୍ଡ ପିସେସ୍’ ଫିଲ୍ମ ନିର୍ମାଣ କରିଥିଲେ ମନମୋହନ । ତେବେ ତାଙ୍କର ଏହି ସମସ୍ତ ଫିଲ୍ମ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଏକ ଅପୂରଣୀୟ ଦାନ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More