Only for Entertainment

ଏକ ସାଧାରଣ ଝିଅର ଅସାଧାରଣ କାହାଣୀ – ‘ନିମକି- ନିମପୁରରୁ ନବିନ ନିବାସ’ର ଆଉ ଏକ ଟ୍ରେଲର୍ ରିଲିଜ !

41

ଖୁବଶୀଘ୍ର ପରଦାକୁ ଆସିବ ଓଡିଆ ଚଳଚ୍ଚିତ୍ର ‘ନିମକି’ । ସୁଶାନ୍ତ ମଣିଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ‘ନିମକି- ନିମପୁରରୁ ନବିନ ନିବାସ’ର ଆଉ ଏକ ଟ୍ରେଲର୍ ମୁକ୍ତିଲାଭ କରିଛି । ନିମପୁରର ଏକ ସାଧାରଣ ଝିଅର ଅସାଧାରଣ କାହାଣୀକୁ ନେଇ ସିନେମାଟି ପ୍ରସ୍ତୁତ କରାଯାଇଛି । ଚଳଚ୍ଚିତ୍ରରେ ନିମକି ଚରିତ୍ରକୁ ତୁଲାଇଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ଛୋଟ ଝିଅ ଟିଏ କିପରି ନିଜ ବାପାଙ୍କ ଆଦର୍ଶକୁ ମାନି ଗାଁ, ମାଟିର ଉନ୍ନତି କରିବାର ସ୍ୱପ୍ନ ଦେଖେ ତାହା ଦେଖିବାକୁ ମିଳିବ ଏହି ସିନେମାରେ । ବିଜୁ ବାବୁ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରେରଣାରେ ଗାଁରୁ ସହର ଆସେ ସେହି ଝିଅ । ଏହାରି ଭିତରେ ବହୁ ଅସୁବିଧା କୁ ସାମ୍ନା କରେ ।

ସିନେମାରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶୀନିଙ୍କୁ ଗାଁର ଝିଅ ଭାବେ ଦେଖିବାକୁ ମିଳିବ । ଯିଏ କି କାଠ ହାଣିବା ଠାରୁ ଆରମ୍ଭ କରି ହଳ କରିବା ଯାଏ ସବୁ କାମ କରିବାରେ ନଜର ଆସିବେ । ପ୍ରଥମ ଥର ପାଇଁ ସିନେମାରେ ଏମିତି ଏକ ଭିନ୍ନ ଚରିତ୍ର କରିବାରେ ନଜର ଆସିବେ ବର୍ଷା । ଏକ ଭିନ୍ନ କାହାଣୀକୁ ନେଇ ସିନେମା ପ୍ରସ୍ତୁତ କରିଛନ୍ତି ନିର୍ଦ୍ଦେଶକ ସୁଶାନ୍ତ ମଣି । ଆଉ ଏହି ସିନେମାର କନସେପ୍ଟ ଦେଇଛନ୍ତି ନାୟିକା ବର୍ଷା । ଚଳଚ୍ଚିତ୍ର ନିମକିରେ ସଙ୍ଗୀତର ଭାର ତୁଲାଇଛନ୍ତି ପ୍ରେମ ଆନନ୍ଦ । କଣ୍ଠଶିଳ୍ପୀ ଅନନ୍ୟା ଶ୍ରୀତମ ନନ୍ଦ, ହ୍ୟୁମାନ୍ ସାଗରଙ୍କ ସ୍ୱରରେ ଭିନ୍ନ ସ୍ୱାଦର ଗୀତ ଶୁଣିବାକୁ ମିଳିବ ଏହି ଫିଲ୍ମରେ । ‘ନିମକି- ନିମପୁର ରୁ ନବିନ ନିବାସ’ ଏହାର ଟ୍ରେଲର୍ ଏବେ ରିଲିଜ୍ ହୋଇଥିବାବେଳେ ଖୁବଶୀଘ୍ର ସିନେମାଟି ଆସିବ ପରଦାକୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More