Only for Entertainment

୨୫ ତମ କୋଲକାତା ଇଂଟରନେସନାଲ ଫିଲ୍ମ ଫେଷ୍ଟିଭାଲ ପାଇଁ ଚୟନ ହେଲା ଓଡ଼ିଆ ଫିଲ୍ମ ‘ପାଟଣାଗଡ଼’

instagram
43

ଗତ ବର୍ଷ ପାଟଣାଗଡ଼ରେ ଘଟିଥିବା ବମ ବ୍ଲାଷ୍ଟ ଘଟଣା ସାରା ଓଡ଼ିଶାରେ ଚହଳ ପକାଇଥିଲା । ସମସ୍ତ ଟିଭି ଚ୍ୟାନେଲ ଠାରୁ ଆରମ୍ଭ କରି ଖବର କାଗଜ ପର୍ଯ୍ୟନ୍ତ ହେଡଲାଇନ ହୋଇ ଯାଇଥିଲା ଏହି ଘଟଣା । ଦୀର୍ଘ ସମୟ ଧରି ଏହାର ଖୋଳତାଳ କରିଥିଲା ପୋଲିସ । ବାରମ୍ବାର ଦୋଷୀ ପୋଲିସକୁ ଭୂଆଁ ବୁଲାଇବାକୁ ଚେଷ୍ଟା କଲା । କିନ୍ତୁ ପରିଶେଷରେ ଏହି ଘଟଣାରେ ପୂର୍ଣ୍ଣଛେଦ ପଡ଼ିଲା, ଯାହାପରେ ସାମ୍ନାକୁ ଆସିଲା ପ୍ରକୃତ କାରଣ ।

 

ଏହି ଘଟଣା କୌଣସି ଫିଲ୍ମର କାହାଣୀ ଠାରୁ କମ ନଥିଲା । ଜଣେ ପ୍ରୋଫେସର କିଭଳି ବୁଦ୍ଧି ଖଟାଇ ଏଭଳି ଦୁର୍ଘଟଣା ଘଟାଇଥିଲା ତାହାର ସମସ୍ତ ଚିତ୍ରକୁ ପରଦାରେ ଚିତ୍ରଣ କରିବା ପାଇଁ ଯଥାଶୀଘ୍ର ଆରମ୍ଭ ହେଲା ଫିଲ୍ମ ପାଟଣାଗଡ଼ର ସୁଟିଂ । ଏହାର ଟିଜର ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଲା । କିନ୍ତୁ ଫିଲ୍ମ କେବେ ରିଲିଜ ହେବ ଏହାକୁ ନେଇ ଦର୍ଶକ ଖୁବ ଉତ୍ସାହିତ ଅଛନ୍ତି । ସବୁଠାରୁ ଖାସ କଥା ହେଉଛି ନିକଟରେ ୨୫ ତମ କୋଲକାତା ଇଂଟରନେସନାଲ ଫିଲ୍ମ ଫେଷ୍ଟିଭାଲ ଏବଂ ଲିଫ୍ଟ ଇଣ୍ଡିଆ ଫିଲ୍ମ ଫେଷ୍ଟିଭାଲ ପାଇଁ ମନୋନୀତ ହୋଇଛି ଫିଲ୍ମ ପାଟଣାଗଡ଼ । ଫିଲ୍ମକୁ ନେଇ ଦର୍ଶକଙ୍କ ମନରେ କେତେ ଉତ୍ସାହ ରହିଛି ତାହାର ଉଦାହରଣ ସୋସିଆଲ ମିଡିଆରୁ ଜଣାପଡ଼ୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More