Only for Entertainment

ଓଲିଉଡ୍ ପରଦାରେ ମୁକ୍ତିଲାଭ କଲା ରୋମାଂଟିକ୍ – କମେଡି ଫିଲ୍ମ ‘ପ୍ରେମ ପାଇଁ ମହାଭାରତ’ !

77

ଓଲିଉଡ୍ ପରଦାରେ ମୁକ୍ତିଲାଭ କଲା ରୋମାଂଟିକ୍ – କମେଡି ଫିଲ୍ମ ‘ପ୍ରେମ ପାଇଁ ମହାଭାରତ’ । ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି ରିୟା ଓ ସମ୍ବିତ୍ । ଏହାଛଡା ଓଲିଉଡର ଆହୁରି ବଛା ବଛା କଳାକାରଙ୍କୁ ଦେଖିବାକୁ ମିଳିଛି ଏହି ସିନେମାରେ । ନିକଟରେ ଏହି ଚଳଚ୍ଚିତ୍ରର ପ୍ରିମିୟର୍ ଶୋ ଅନୁଷ୍ଠିତ ହୋଇ ଯାଇଛି । ଯେଉଁଠି ନଜର ଆସିଥିଲେ ଫିଲ୍ମର ସମସ୍ତ କାଷ୍ଟ ଓ କ୍ରୁ ।

ଗୋଟିଏ ଝିଅ ପାଇଁ ମହାଭାରତ । ଏମିତି ଏକ ଷ୍ଟୋରିଲାଇନକୁ ନେଇ ପ୍ରସ୍ତୁତ ହୋଇଥିବା ସିନେମା ପ୍ରେମ ପାଇଁ ମହାଭାରତ ଏବେ ପରଦାକୁ ଆସିଛି । ମଲ୍ଟି ଷ୍ଟାରକାଷ୍ଟଙ୍କୁ ନେଇ ପ୍ରସ୍ତୁତ ହୋଇଛି ଏହି ସିନେମା । ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି ସମ୍ବିତ ଆଚାର୍ଯ୍ୟ ଓ ରିୟା ଦେ । ଦୁହିଁଙ୍କୁ ଦ୍ୱିତୀୟ ଥର ପାଇଁ ପରଦାରେ ରୋମାନ୍ସ କରିବାରେ ଦେଖିବାକୁ ମିଳିଛି । ଏମାନଙ୍କ ବ୍ୟତୀତ ଅଭିନେତା ଅଭିନେତା ପିଂଟୁ ନନ୍ଦ, ଶ୍ରୀତମ ଦାସ, ସମରେଶ ରାଉତରାୟ, ପୁପିନ୍ଦର୍ ଓ ରାଣାଙ୍କୁ ଦେଖିବାକୁ ମିଳିଛି ପ୍ରମୁଖ ଭୂମିକାରେ । ଗୋଟିଏ ଝିଅ ପାଇଁ କିଭଳି ସାଙ୍ଗମାନଙ୍କ ଭିତରେ ହେଉଛି ଫାଇଟ୍ ତାହା ଦେଖିବାକୁ ମିଳିଛି ଏହି ସିନେମାରେ । ନିକଟରେ ଏହି ସିନେମାର ପ୍ରିମିୟର୍ ଶୋ ଅନୁଷ୍ଠିତ ହୋଇ ଯାଇଛି । ଯେଉଁଠି ଫିଲ୍ମର ମେକର୍ଙ୍କ ସହ ଲିଡ୍ ଷ୍ଟାର୍ ସମ୍ବିତ ଓ ରିୟାଙ୍କୁ ବି ଦେଖିବାକୁ ମିଳିଥିଲା ।

ଆଚାର୍ଯ୍ୟ ଏଂଟରଟେନମେଂଟ୍ ବ୍ୟାନରରେ ପ୍ରସ୍ତୁତ ହେବାକୁ ଥିବା ରୋମାଂଟିକ୍ ଚଳଚ୍ଚିତ୍ର ପ୍ରେମ ପାଇଁ ମହାଭାରତର ନିର୍ଦ୍ଦେଶନା ଦେଇଛନ୍ତି ନିରଂଜନ ବେହେରା । ସିନେମାର କାହାଣୀ ଲେଖିଛନ୍ତି ଛବିତା ମାର୍ଥା । ପ୍ରଦୀପ୍ତ ପ୍ରକାଶ ଆଚାର୍ଯ୍ୟ ଏହି ସିନେମାର ପ୍ରଯୋଜନା ଭାର ତୁଲାଇଛନ୍ତି । ଏହି ସିନେମାରେ ସଙ୍ଗୀତର ଭାର ତୁଲାଇଛନ୍ତି ଅଭିଜୀତ୍ ମଜୁମଦାର୍ । ଆଉ ଫିଲ୍ମ ଆକର୍ଷଣୀୟ ଗୀତକୁ ସ୍ଥାନ ଦେଇଛନ୍ତି ମେକର୍ ।

ଚଳଚ୍ଚିତ୍ର ପ୍ରେମ ପାଇଁ ମହାଭାରତରେ ଅନ୍ୟାନ ପ୍ରମୁଖ ଭୂମିକାରେ ନଜର ଆସିଛନ୍ତି ବବି ମିଶ୍ର, ମିହିର୍ ଦାସ, ପ୍ରିୟଙ୍କା, ଗୁଡ୍ଡୁ ଆଦି କଳାକାର । କମେଡି, ରୋମାନ୍ସରେ ଭରପୁର୍ – ପ୍ରେମ ପାଇଁ ମହାଭାରତ ଓଡିଆ ଦର୍ଶକଙ୍କୁ କେତେଦୁର ପସନ୍ଦ ଆସୁଛି ତାହା ଆଗାମୀ ଦିନରେ ଜଣା ପଡିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More