Only for Entertainment

ରିଲିଜ ହେବାକୁ ଯାଉଛି ‘ ପ୍ରେମରେ ରଖିଛି ୧୦୦ରୁ ୧୦୦’ ।

youtube
39

ଓଲିଉଡ୍ ପରଦାରେ ପୁଣିଥରେ ନିଜ କମାଲ୍ ଦେଖାଇବା ପାଇଁ ପ୍ରସ୍ତୁତ ହେଉଛନ୍ତି ହ୍ୟାଣ୍ଡସମ୍ ଅଭିନେତା ଜ୍ୟୋତି । ତାଙ୍କ ରୋମାଂଟିକ୍ ଅନ୍ଦାଜ ଦେଖିବାକୁ ମିଳିବ ଆଗାମୀ ରୋମାଂଟିକ୍ ଚଳଚ୍ଚିତ୍ର ‘ପ୍ରେମରେ ରଖିଚି ୧୦୦ ରୁ ୧୦୦’ରେ । ସିନେମାରେ ଅଭିନେତା ଜ୍ୟୋତିଙ୍କ ସହ ରୋମାନ୍ସ କରିବାରେ ନଜର ଆସିବେ ଓଲିଉଡ୍ ସୁନ୍ଦରୀ ରିଆ ।

 ଏହି ସିନେମାର ସୁଟିଂ ଜୋର୍ ସୋର୍ରେ ଆଗେଇ ଚାଲିଛି ।  ନିକଟରେ ଏହି ସିନେମାର ଏକ ରୋମାଂଟିକ୍ ଗୀତର ଚାଲିଥିଲା ସୁଟିଂ । ଓ ମାଇ ଲଭ୍ ଟାଇଟେଲ୍ ର ଏହି ରୋମାଂଟିକ୍ ଗୀତରେ ଶୁଣିବାକୁ ମିଳିଛି ଦୀପ୍ତିରେଖା ଓ ଶବିଶେଷଙ୍କ ଆକର୍ଷଣୀୟ ଗାୟିକି । ଗୀତରେ ନାୟକ – ନାୟିକାଙ୍କ ହାଲ୍କା ଫୁଲ୍କା ରୋମାନ୍ସକୁ ଏହି ଗୀତରେ ସ୍ଥାନ ଦେଇଛନ୍ତି ମେକର୍ ।  ଷ୍ଟୁଡିଓ ଭିତରେ ଗୀତ ଗାଇବାରେ ନଜର ଆସିଛନ୍ତି କଣ୍ଠଶିଳ୍ପୀ ଶବିଶେଷ ଓ ଦୀପ୍ତିରେଖା। ମଳୟ ମିଶ୍ରଙ୍କ ସଙ୍ଗୀତରେ ଏହି ମନଛୁଆଁ ଗୀତର ଲିରିକ୍ସ ଦେଇଛନ୍ତି ଡକ୍ଟର୍ ନିର୍ମଳ ନାୟକ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More