Only for Entertainment

ଲୋକପ୍ରିୟ ଓଡ଼ିଆ ଫିଲ୍ମ ନର୍ମାତା କେଶବ ରାଉତଙ୍କର ପରଲୋକ

google
39

ଜଣାଶୁଣା ଚଳଚ୍ଚିତ୍ର ନିର୍ମାତା, ଅଭିନେତା ତଥା ରାଜନେତା କେଶବ ରାଉତଙ୍କର ପରଲୋକ ଘଟିଛି। ଆଜି ତାଙ୍କର କଟକସ୍ଥିତ ଶଙ୍କରପୁର ବାସଭବନରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଥିବା ଜଣାଯାଇଛି। ତାଙ୍କୁ ୬୮ ବର୍ଷ ବୟସ ହୋଇଥିଲା। କେଶବ ରାଉତ ୧୯୮୮ ମସିହାରେ ମୁକ୍ତିଲାଭ କରିଥିବା ସୁପରହିଟ୍ ଓଡ଼ିଆ ଛବି ‘ସୁନା ଚଢ଼େଇ’ ଜରିଆରେ ଚଳଚ୍ଚିତ୍ର ପ୍ରଯୋଜନା କ୍ଷେତ୍ରରେ ପ୍ରବେଶ କରିଥିଲେ। ଏହି ସିନେମାର ନିର୍ଦ୍ଦେଶନା ଦେଇଥିଲେ ରବି କିନ୍ନାଗୀ।

ଏହାପରେ କେଶବ ରାଉତ ‘ସୁନା ଚଢ଼େଇ’ର ବଙ୍ଗଳା ଭର୍ସନ୍ ‘ଜୀବନସଙ୍ଗୀ’ର ପ୍ରଯୋଜନା କରିଥିଲେ। ପରେ ସେ ସୁନାସଂସାର ଏବଂ ସୁନା ହରିଣୀ ଆଦି ଓଡ଼ିଆ ସିନେମାର ପ୍ରଯୋଜନା କରିଥିଲେ। ଆଜିକାର ଲୋକପ୍ରିୟ ନିର୍ଦ୍ଦେଶକ ହିମାଂଶୁ ପରିଜା (ଚଣ୍ଡୀ)ଙ୍କୁ କେଶବ ରାଉତ ସୁନା ହରିଣୀରେ ବ୍ରେକ୍ ଦେଇଥିଲେ। ସେ ବେଶ କେତୋଟି ଓଡ଼ିଆ ସିନେମାରେ ଅଭିନୟ ବି କରିଥିଲେ। ତରଙ୍ଗରେ ପ୍ରସାରିତ ମେଗା ଧାରାବାହିକ ‘ଶ୍ରୀ ଜଗନ୍ନାଥ’ର ବି ସେ ପ୍ରଯୋଜନା କରିଥିଲେ। କେଶବ ରାଉତ ଓଡ଼ିଆ ଚଳଚ୍ଚିତ୍ର ପ୍ରଯୋଜକ ସଂଘର ବି ସଭାପତି ଥିଲେ। ତାଙ୍କ ବିୟୋଗରେ ଓଲିଉଡରେ ଶୋକର ଛାୟା ଖେଳିଯାଇଛି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More