Only for Entertainment

ଲଣ୍ଡନ ଲିଫ୍ଟ-ଅଫ୍‌ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହେବ ଓଡିଆ ସିନେମା ‘ତେଜସ୍ୱିନୀ’

Mycitylinks
66

ଲଣ୍ଡନରେ ପାଇନ୍‌ଉଡ୍‌ ଷ୍ଟୁଡିଓ ପକ୍ଷରୁ ଅନୁଷ୍ଠିତ ହେବାକୁ ଯାଉଥିବା ଲିଫ୍ଟ-ଅଫ୍‌ ଫିଲ୍ମ ଫେଷ୍ଟିଭାଲ୍‌ରେ ଓଡିଆ ଫିଲ୍ମ ‘ତେଜସ୍ୱିନୀ’। ଫେଷ୍ଟିଭାଲ୍‌କୁ ୨ ହଜାର ଫିଲ୍ମ ଆସିଥିବାବେଳେ ଏଥିରେ ମାତ୍ର ୧୦ଟି ଫିଲ୍ମ ମନୋନୀତ ହୋଇଛି। ସେଥିମଧ୍ୟରୁ ‘ତେଜସ୍ୱିନୀ’ ଅନ୍ୟତମ। ସିନେମାଟି ଆସନ୍ତା ଅଗଷ୍ଟ ମାସରେ ପ୍ରଦର୍ଶିତ ହେବ। ପ୍ରଦର୍ଶନୀ ସମୟରେ ଉପସ୍ଥିତ ରହିବା ଲାଗି ନିମନ୍ତ୍ରଣ ଆସିଥିବା ସିନେମାର ନିର୍ଦ୍ଦେଶକ କୁନାଲ ପଟ୍ଟନାୟକ କହିଛନ୍ତି । ସେ କହିଛନ୍ତି, ଫିଲ୍ମଫ୍ରିେଓ୍ଵ ମାଧ୍ୟମରେ ଫେଷ୍ଟିଭାଲ୍‌ ଲାଗି ଆବେଦନ କରିଥିଲୁ। ଆମର ସୌଭାଗ୍ୟ ଏତେ ବଡ଼ ଫେଷ୍ଟିଭାଲ୍‌ ଲାଗି ସିନେମାଟି ମନୋନୀତ ହୋଇଛି। ବଡ଼ କଥା ହେଲା ହଲିଉଡ ସହ ବିଶେଷ ଜଡ଼ିତ ଏହି ଷ୍ଟୁଡ଼ିଓ ପକ୍ଷରୁ ନିମନ୍ତ୍ରଣ ମିଳିବା ଭାଗ୍ୟର କଥା। ଏହା ମୋ ପାଇଁ କି ମୋର ଟିମ୍‌ ପାଇଁ ନୁହେଁ ବରଂ ସମଗ୍ର ଓଡ଼ିଆ ସିନେମା ଇଣ୍ଡଷ୍ଟ୍ରି ଏବଂ ଓଡ଼ିଶାର ଲାଗି ଗୌରବ ବିଷୟ।

ମହ୍ଲାର ଏଣ୍ଟରଟେନ୍‌ମଣ୍ଟେ ଏବଂ ଏଭି ସଲ୍ୟୁସନ୍‌ ପ୍ରଯୋଜିତ ଭାରତର ରାଷ୍ଟ୍ରପତିଙ୍କ ଦ୍ୱାରା ଫ୍ଲେରେନ୍ସ ନାଇଟ୍‌ଙ୍ଗେଲ୍‌ ବିଜେତା କେ.କ୍ରିଷ୍ଣା କୁମାରୀଙ୍କ ଆତ୍ମକାହାଣୀ ଉପରେ ଆଧାରିତ ରହିଛି ଫିଲ୍ମ ‘ତେଜସ୍ୱିନୀ-ଦ ରାଡିଆଣ୍ଟ୍‌’। କ୍ରିଷ୍ଣା କୁମାରୀ ପିଲାଟିବେଳରୁ ସାହସୀ ଓ ପରୋପକାରୀ । ପଢ଼ିବା ସମୟରେ ଉତ୍କଳମଣି ଗୋପବନ୍ଧୁଙ୍କ ‘ମିଶୁ ମୋର ଦେହ ଏ ଦେଶ ମାଟିରେ’ରେ ଅନୁପ୍ରାଣୀତ ହୋଇ ଲୋକମାନଙ୍କ ସେବା କରିବା ଲାଗି ଆଗେଇ ଆସିଥିଲେ। ଅନେକ ପ୍ରତିବନ୍ଧକ,ବାଧାବିଘ୍ନ ସତ୍ତ୍ୱେ ସେବାକୁ ଛାଡ଼ିପାରିନଥିଲେ। ସେହିଭଳି ଜଣେ ସେବିକାଙ୍କ କାହାଣୀ ‘ତେଜସ୍ୱିନୀ -ଦ ରେଡିଆଣ୍ଟ’। ଖୁସିର କଥା ହେଲା ଫିଲ୍ମର ମୂଳ କାହାଣୀ ଯାହାଙ୍କ ଉପରେ ଆଧାରିତ ସେ ଗୋବବନ୍ଧୁଙ୍କ ଲେଖା ଦ୍ୱାରା ପ୍ରେରିତ। କ୍ରିଷ୍ଣା କୁମାରୀ ଏବଂ ସିନେମା ନିର୍ମାଣ ଟିମ୍‌ ଉପରେ ଗୋପବନ୍ଧୁଙ୍କ ଆଶୀର୍ବାଦ ରହିଥିବା କହିଛନ୍ତି ଫିଲ୍ମର ନିର୍ଦ୍ଦେଶକ।

ଆପଣଙ୍କ ସୂଚନାପାଇଁ ଜଣାଉଛୁ କି ,ସଚ୍ଚି ମହାନ୍ତି ଏହାର ଗୀତ ରଚନା କରିଥିବାବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଟୁନା ଭାଇ ଓ ଉନା ଭାଇ। ଏହାର ପ୍ରଯୋଜନା କରିଛନ୍ତି ଜୟଲକ୍ଷ୍ମୀ ମିଶ୍ର। ସିନେମାର କାହାଣୀ ,ସଂଳାପ ,ଚିତ୍ରନାଟ୍ୟ ପ୍ରସ୍ତୁତି ସାଙ୍ଗକୁ ଏହାର ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇଛନ୍ତି କୁନାଲ ପଟ୍ଟନାୟକ। ଫିଲ୍ମଟି ଖୋର୍ଦ୍ଧା ଆରିକମା ପଞ୍ଚାୟତ,କୁକୁଡ଼ାଖଣ୍ଡି ଓ ଅନ୍ୟାନ୍ୟ ଜାଗାରେ ସୁଟିଂ ହୋଇଛି। ଏଥିରେ ଅଭିନୟ କରିଛନ୍ତି କୁନା ତ୍ରିପାଠୀ,ସୁଶ୍ରୀ ରଥ,ପଲ୍ଲବୀ,ଜୟଲକ୍ଷ୍ମୀ ,ଜୀବନ ପଣ୍ଡା ,ରବି ମିଶ୍ର ,ନବ ଜ୍ୟୋତି,ବଂଶୀ ପଣ୍ଡା,ପଦିଆ ,ଅମିତ,ନରେଶ,ସଞ୍ଜୀବ ଓ କୁନାଲ୍‌ ପ୍ରମୁଖ କଳାକାର। ଏବେ ସମସ୍ତଙ୍କ ନଜର ଫେଷ୍ଟିଭାଲ୍‌ରେ ଫିଲ୍ମ ପ୍ରଦର୍ଶନୀ ଉପରେ ରହିଛି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More