Only for Entertainment

ବିଶ୍ୱସୁନ୍ଦରୀ ପ୍ରତିଯୋଗୀତାରେ ସ୍ଥାନ ପାଇଲେ କୁନି ଓଡ଼ିଆ ଝିଅ ।

33

ଜୁନିୟର ମଡେଲ ଇଂଟରନ୍ୟାସନାଲ ୨୦୧୯ରେ ବିଶ୍ୱସ୍ତରରେ ଭାରତରୁ ପ୍ରତିନିଧିତ୍ୱ କରିବାକୁ ମନୋନୀତ ହୋଇଛନ୍ତି ଓଡିଆ ଝିଅ ଶ୍ରୀବାଲି ଦାସ ।

 

ଏହା ସହ ସେ କେରଳ କାଲିକଟଠାରେ ଆୟୋଜିତ ଅନ୍ତଜାର୍ତୀୟ ଜୁନିୟର ସୁନ୍ଦରୀ ପ୍ରତିଯୋଗିତାରେ ବିଜୟିନୀ ହୋଇଛନ୍ତି । ୯ବର୍ଷୀୟା ଶ୍ରୀବାଲି ଏହି ଜାତୀୟସ୍ତରୀୟ ପ୍ରତିଯୋଗିତାରେ ସମସ୍ତଙ୍କୁ ପଛରେ ପକାଇ ବେଷ୍ଟ ଟ୍ୟାଲେଂଟ ଓ ବେଷ୍ଟ ନ୍ୟାସନାଲ କଷ୍ଟ୍ୟୁମ ଟାଇଟଲ ଜିତିଛନ୍ତି ।

 

ପ୍ରତିଯୋଗିତାରେ ନ୍ୟାସନାଲ ଟାଇଟଲ ଜିତିବା ପରେ ଦୁବାଇରେ ଅନୁଷ୍ଠିତ ହେବାକୁ ଥିବା ଜୁନିୟର ମଡେଲ ଇଂଟରନ୍ୟାସନାଲ ୱାଲର୍ଡ ଫାଇନାଲରେ ଭାଗନେବାକୁ ସେ ମନୋନୀତ ହୋଇଛନ୍ତି । ଶ୍ରୀବାଲି ଓଡିଶୀ ନୃତ୍ୟ ଓ ସଙ୍ଗୀତରେ ବେଶ୍ ପାରଙ୍ଗମ । ଏହାସହ ଫ୍ୟାଶନ ଓ ମଡେଲିଂ ପ୍ରତି ତାଙ୍କର ଦୁର୍ବଳତା ରହିଛି ବୋଲି କହିଛନ୍ତି । କେବଳ ଏତିକି ନୁହେଁ, ପିଆନୋ ବାଦନ ସହ ଅଭିନୟ ଓ ମଂଚ ଉପସ୍ଥାପନା କରିବାରେ ମଧ୍ୟ ସେ ଉକ୍ରର୍ଷ ପ୍ରତିପାଦନ କରିପାରିଛନ୍ତି । ନିଜର ସଫଳତା ପାଇଁ ବାପା,ମା, ଗୁରୁଜନଙ୍କ ସହ ଶିକ୍ଷକ, ଶିକ୍ଷୟତ୍ରୀ ଓ ସଙ୍ଗୀତ ଗୁରୁଙ୍କୁ ଶ୍ରେୟ ଦେଇଛନ୍ତି ଶ୍ରୀବାଲି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More