Only for Entertainment

ହଲିଉଡ ଫିଲ୍ମରେ ଓଡ଼ିଆ ଝିଅ ସୁରଭି ।

dailyhunt
0 43

କ୍ରୀଡ଼ା ହେଉ ବା ଫିଲ୍ମ କୌଣସି ଉଚ୍ଚକୋଟିର ସମ୍ମାନିତ ସ୍ଥାନରେ ଯଦି ଓଡ଼ିଆ ଲୋକ ଦେଖିବାକୁ ମିଳନ୍ତି ସମସ୍ତେ ଖୁବ ଖୁସି ହୁଅନ୍ତି । ତେବେ ଜଣକ ପରେ ଜଣେ ଓଡ଼ିଆ ଏହିଭଳି ବାହାରକୁ ଯାଇ ସଫଳତା ହାସଲ କରିଛନ୍ତି ଏବଂ ଦେଶର ନାମ ଉଂଚା କରିଛନ୍ତି । ଏହି ମଧ୍ୟରେ ଏବେ ସାମିଲ ହୋଇଛନ୍ତି ଓଡ଼ିଆର ଆଉ ଜଣେ ପ୍ରତିଭା ସୁରଭି ।

ପ୍ରଖ୍ୟାତ ଅଭିନେତା ଟମ୍ କ୍ରୁସଙ୍କ ଅଭିନିତ ହଲିଉଡ଼ ଚଳଚ୍ଚିତ୍ର ‘ମିଶନ ଇମ୍ପସିବୁଲ : ଫଲାଉଟ’ରେ ଓଡ଼ିଆ ଆଇଟି ପ୍ରଫେସନାଲ ସୁରଭୀ ପଟ୍ଟନାୟକଙ୍କ ଅଭିନୟ ଦେଖିବାକୁ ମିଳିଛି। ଗତମାସ ମୁକ୍ତିଲାଭ କରିଥିବା ମିଶନ ଇମ୍ପସିବୁଲର ଏହି ଷଷ୍ଠ ସଂସ୍କରଣ ଚଳଚ୍ଚିତ୍ର ପ୍ରାୟ ୪୮୦ ମିଲିୟନ ଟଙ୍କାର ବ୍ୟବସାୟ କରିସାରିଲାଣି। ଗୁଇନ୍ଦା ଯୁଦ୍ଧକୁ ନେଇ ଏହି ଚଳଚ୍ଚିତ୍ରଟି ପ୍ୟାରିସ, ବ୍ରିଟେନ, ନରୱେ ଓ ନ୍ୟୁଜଲାଣ୍ଡରେ ସୁଟିଂ ହୋଇଥିଲା। ଚଳଚ୍ଚିତ୍ରଟି କାଶ୍ମୀର ଉପତ୍ୟକାର ପ୍ରତିଛବିରେ ରୋମାଞ୍ଚକର ଭାବେ ସମ୍ପୂର୍ଣ୍ଣ ହୋଇଛି। ନ୍ୟୁଜଲାଣ୍ଡର ଦକ୍ଷିଣ ଆଲପସ୍ର ରିସ୍ ଭେଲିରେ ଏକ କାଶ୍ମୀରର ସେଟ୍ ନିର୍ମାଣ କରାଯାଇଥିଲା। ଏଥିରେ କ୍ରୁସ, ହେନେରୀ କାଭିଲ, ସାଇମନ୍ ପେଗଙ୍କ ଭଳି ଅଭିଜ୍ଞ ଅଭିନେତାଙ୍କ ସହ କଟକର ମୂଳ ବାସିନ୍ଦା ସୁରଭୀ ପଟ୍ଟନାୟକଙ୍କ ଅଭିନୟ ସୁଟିଂ ହୋଇଥିଲା। ସୁରଭୀ ୧୨ ଦିନ ଧରି ବିଖ୍ୟାତ ଅଭିନେତାଙ୍କ ସହ ଚଳଚ୍ଚିତ୍ର ସୁଟିଂକୁ ଅନନ୍ୟ ଅନୁଭୂତି ବୋଲି କହିଥିଲେ। ଟମ୍ କ୍ରୁସଙ୍କ ଆଚାର ବ୍ୟବହାର ଏବଂ ସମସ୍ତଙ୍କ ସହ କଥାବାର୍ତ୍ତା ଉଚ୍ଚକୋଟୀର ଥିଲା ବୋଳି ସୁରଭୀ କହିଛନ୍ତି। ସୁରଭୀଙ୍କୁ ଅଭିନେତା ହେନେରୀ କାଭିଲ ଅନ୍ୟ ସହାୟକ କଳାକାରମାନଙ୍କ ସହିତ ଏକ ସ୍ମାରକୀ ମୁଦ୍ରା ମଧ୍ୟ ପ୍ରଦାନ କରିଛନ୍ତି। ଖ୍ରୀଷ୍ଟୋଫର ମେକ୍ୱାରୀ ଏହି ଚଳଚ୍ଚି୍ତ୍ରର ନିର୍ଦ୍ଦେଶକ ଥିବାବେଳେ ଆଲିବାବା ପିକଚର୍ସ ଏବଂ ପାରାମାଉଣ୍ଟ ପିକଚର୍ସ ଏହାକୁ ପ୍ରଯୋଜନା କରିଛନ୍ତି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More