Only for Entertainment

ଓଡ଼ିଆ ଝିଅ ଅମିତା ପଣ୍ଡା ସାଜିଲେ ବିଶ୍ୱ ଶ୍ରୀମତୀ ସୁନ୍ଦରୀ ।

95

ବିଶ୍ୱଦରବାରରେ ଓଡିଶା ପାଇଁ ଗୌରବ ଆଣିଲେ ଆଉ ଜଣେ ଓଡିଆ ଝିଅ । ଚୀନରେ ଚମକିଲେ ଓଡିଆ ଝିଅ ଅମିତା ପଣ୍ଡା । ଚୀନରେ ଆୟୋଜିିତ ସୁନ୍ଦରୀ ପ୍ରତିଯୋଗିତାରେ ଭୁବନେଶ୍ୱରର ଅମିତା ପଣ୍ଡାଙ୍କୁ ମିଳିଛି ମିସେସ ୟୁନିର୍ଭସ କ୍ରାଉନ । ବିଦେଶରେ ସଫଳତା ପାଇବା ପରେ ଏବେ ଘରକୁ ଫେରିଛନ୍ତି ଅମିତା ପଣ୍ଡା । ସଫଳତାର ନୂଆ ନାଁ ଅମିତା ପଣ୍ଡା । ଭୁବନେଶ୍ୱର ଝିଅ ରାଜ୍ୟ ପାଇଁ ଆଣିଲେ ନୂଆ ଗୌରବ । ୯୦ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ଏବେ ଏହି ସୁନ୍ଦରୀ ମିସେସ ୟୁନିର୍ଭସ ହୋଇପାରିଛନ୍ତି । ଅର୍ନ୍ତଜାତୀୟ ସ୍ତରର ପ୍ରତିଯୋଗିତାରେ ଭାଗ ନେବା ପାଇଁ ଅମିତା ବର୍ଷକ ପୂର୍ବରୁ ପ୍ରସ୍ତୁତି ଆରମ୍ଭ କରିଥିଲେ । ଦିଲ୍ଲୀ ମିସେସ ସେଣ୍ଟ୍ରାଲ ପ୍ୟାସିଫିକ୍ ଏସିଆ ୨୦୧୮ ବିଜୟିନୀ ହେବା ପରେ ସେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ । ଆଉ ଏବେ ବିଶ୍ୱ ଦରବାରରେ ନିଜ ପାଇଁ ନୂଆ ସଫଳତା, ପରିଚୟ ବନାଇପାରିଛନ୍ତି ।

ତେବେ ପ୍ରଥମ ଥର ପାଇଁ ନିଜ ପ୍ରତିଭାକୁ ସେ ପ୍ରମାଣ କରିନାହାନ୍ତି । ପୂର୍ବରୁ ଅମିତା ମିସେସ ସେଂଟ୍ରାଲ ପ୍ୟାସିଫିକ୍ ଏସିଆ ୨୦୧୮ ବିଜୟନୀ ହୋଇସାରିଛନ୍ତି । ଏଥିସହ ମିସେସ ଇଣ୍ଡିଆ ଗାଲାକ୍ସି ଓ ସୋସିଆଲ ଆଇକନ ୨୦୧୮ ମଧ୍ୟରେ ସେ ପ୍ରଥମ ସ୍ଥାନ ହାସଲ କରିଥିଲେ ଓ ସୁନ୍ଦରୀ ମୁକୁଟ ନିଜ ନାଁରେ କରିସାରିଛନ୍ତି । ଛୋଟବେଳୁ ନାୟିକା ହେବା ପାଇଁ ସ୍ୱପ୍ନ ଦେଖିବା ସହ ଫ୍ୟାଶନ, ମଡେଲିଂ ଦୁନିଆରେ କିଛି କରି ଦେଖାଇବା ପାଇଁ ସେ ଇଚ୍ଛା ରଖିଥିଲେ । ଗ୍ଲାମରଲେନ ପ୍ରତି ଦୁର୍ବଳତା ଥିବା ସତ୍ତ୍ୱେ ପାଠପଢାରେ ହେଳା କରିନଥିଲେ । ଜଣେ ସପ୍ଟୱେୟାର ଇଞ୍ଜିନିୟର ଭାବେ ଏବେ ସେ ଏକ ଘରୋଇ କମ୍ପାନୀର କାର୍ଯ୍ୟରତ ।

ଫିଟ ଆଣ୍ଡ ଫାଇନ ରହିବା ପାଇଁ ଅମିତା ରିିତିମତ ୱାର୍କଆଉଟ କରିବା ସହ ବାଲାନ୍ସ ଡାଏଟ କରିଥାନ୍ତି । ଅମିତା କହିଛନ୍ତି ଯେ ଯଦି ଆପଣଙ୍କ ଲକ୍ଷ୍ୟ ଉପରେ ଆପଣଙ୍କ ଦୃଢ ନଜର ଯଦି ରହିଛି ତେବେ ସଫଳତା ନିଶ୍ଚିତ ମିଳିବ । ଏହି ସବୁ ସଫଳତା ପାଇଁ ସେ ନିଜ ସ୍ୱାମୀ ଡାକ୍ତର ପ୍ରଭଞ୍ଜନ ମହାପାତ୍ର ଏବଂ ପୁରା ପରିବାରକୁ ଶ୍ରେୟ ଦିଅନ୍ତି । ଏମାନଙ୍କ ସହଯୋଗ, ସମର୍ଥନ ବିନା ଏସବୁ ସଫଳତା ପାଇବା ଏକପ୍ରକାର ଅସମ୍ଭବ ଥିଲା ବୋଲି ଅମିତା ପଣ୍ଡା କହିଛନ୍ତି |

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More