Only for Entertainment

ଏକାଠି ହେବେ ‘ଲୈଲା ଓ ଲୈଲା’ ଯୋଡି

Odisha Bytes
0 42

ଟୋକାଟା ଫସିଗଲାର ସଫଳତା ପରେ ସିଦ୍ଧାର୍ଥ ଟିଭି ଓ ସାର୍ଥକ ମ୍ୟୁଜିକ ଆଉ ଏକ ସିନେମାର ଘୋଷଣା କରିଛନ୍ତି । ଏହି ଅପକମିଂ ଫିଲ୍ମର ଟାଇଟେଲ୍ ରହିଛି ‘ଲଭ୍ ଏକ୍ସପ୍ରେସ୍’ । ଏହି ରୋମାଂଟିକ ଚଳଚ୍ଚିତ୍ରରେ ଲିଡ୍ ରୋଲ୍ରେ ନଜର ଆସିବେ ଲୈଲା ଓ ଲୈଲା ଯୋଡି, ସ୍ୱରାଜ ଓ ସନ୍ମୀରା । ନିକଟରେ ଏହି ଅପକମିଂ ସିନେମାର ଶୁଭ ମହୁରତ ଅନୁଷ୍ଠିତ ହୋଇ ଯାଇଛି । ଯେଉଁଠି ଲିଡ୍ ଷ୍ଟାର୍ଙ୍କ ସମେତ ଏଂଟାୟାର୍ କାଷ୍ଟ ଓ କ୍ରୁଙ୍କୁ ଦେଖିବାକୁ ମିଳିଥିଲା ।

 

ଓଲିଉଡ୍ରେ ପୁଣି ଥରେ ନିଜ ଲଭ୍ ରୋମାନ୍ସର ବର୍ଷା କରିବା ପାଇଁ ଏକାଠି ହୋଇଛନ୍ତି ରୋମାଂଟିକ୍ ଯୋଡି ସ୍ୱରାଜ ଓ ସନ୍ମୀରା । ଦୁହିଁଙ୍କ ପେୟାରିଂରେ ଏବେ ପ୍ରସ୍ତୁତ ହେବାକୁ ଯାଉଛି ଚଳଚ୍ଚିତ୍ର ‘ଲଭ୍ ଏକ୍ସପ୍ରେସ୍’ । ଏହି ଯୋଡି ପୂର୍ବରୁ ଲୈଲା ଓ ଲୈଲା ଭଳି ସୁପରହିଟ୍ ସିନେମା ଭେଟି ଦେଇଛନ୍ତି । ଯେଉଁଥିରେ ଥିଲେ ଟିନ୍ ଏଜ୍ ଲଭ୍ଷ୍ଟୋରୀ । ଆଉ ଢେର୍ ସାରା କମେଡି । ଏହା ସହ ସ୍ୱରାଜ-ସନମୀରାଙ୍କ ରୋମାନ୍ସ । ଲୈଲା ଓ ଲୈଲାରେ ଏହି ଯୋଡିକୁ ଯେତିକି ପସନ୍ଦ କରିଥିଲେ ଦର୍ଶକ ସେତିକି ବି ପସନ୍ଦ କରିଥିଲେ ଫିଲ୍ମରେ ଥିବା ଗୀତ ଗୁଡିକୁ । ଆଉ ଏବେ ପୁଣିଥରେ ଏମାନଙ୍କୁ ନେଇ ଆସିବାକୁ ଯାଉଛି ଆଉ ଏକ ରୋମାଂଟିକ୍ ଫିଲ୍ମ ‘ଲଭ୍ ଏକ୍ସପ୍ରେସ୍’ ।

ସାର୍ଥକ ମ୍ୟୁଜିକ୍ ଓ ସିଦ୍ଧାର୍ଥ ଟିଭି ଦ୍ୱାରା ଏହି ଆଗାମୀ ଚଳଚ୍ଚିତ୍ରର ଘୋଷଣା ହୋଇ ଯାଇଛି । ନିକଟରେ ରାଜଧାନୀ ଭୁବନେଶ୍ୱରରେ ଏହି ଅପକମିଂ ସିନେମାର ଶୁଭ ମହୁରତ ଅନୁଷ୍ଠିତ ହୋଇ ଯାଇଛି । ଯେଉଁଠି ମେକର୍ଙ୍କ ସହ ନଜର ଆସିଥିଲେ ଲିଡ୍ ଯୋଡି ସ୍ୱରାଜ ଓ ସନମୀରା । ସୀତାରାମ ଅଗ୍ରୱାଲ୍ଙ୍କ ପ୍ରଯୋଜନାରେ ଏହି ଫିଲ୍ମର କାର୍ଯ୍ୟକାରୀ ପ୍ରଯୋଜନା ଦାୟିତ୍ୱରେ ଅଛନ୍ତି ସଚିକାନ୍ତ ଜେନା ଓ ବିନି ପଟ୍ଟନାୟକ । ଫିଲ୍ମର ନିର୍ଦ୍ଦେଶନା ଦେବେ ରମେଶ ରାଉତ । ଏହି ରୋମାଂଟିକ୍ ସିନେମାର କାହାଣୀ ଲେଖିଛନ୍ତି ସିଦ୍ଧାର୍ଥ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More