Only for Entertainment

ପରଦାକୁ ଆସିବ ଡ୍ରାମା ଚଳଚ୍ଚିତ୍ର ‘ମନ ଖାଲି ତତେ ଚାହେଁ ।

youtube
0 47

ଆର୍.କେ ମୁଭିଜ୍ ବ୍ୟାନର୍ରେ ଓଡିଆ ଇଣ୍ଡଷ୍ଟ୍ରୀରେ ମୁକ୍ତିଲାଭ କରିବାକୁ ଯାଉଛି ରୋମାଂଟିକ୍ – ଡ୍ରାମା ଚଳଚ୍ଚିତ୍ର ‘ମନ ଖାଲି ତତେ ଚାହଁ’ । ଯାହା ଖୁବଶୀଘ୍ର ପରଦାକୁ ଆସିବାକୁ ଯାଉଛି । ଫିଲ୍ମରେ ଅଭିନେତା ସମ୍ବିତ୍ ନାୟକ ଭୂମିକାରେ ଅଭିନୟ କରିଛନ୍ତି । ଆଉ ସମ୍ବିତଙ୍କ ବିପକ୍ଷରେ ନାୟିକା ଭାବେ ନଜର ଆସିବେ ନବାଗତା ନାୟିକା ଅଙ୍କିତା ଦାଶ । ଅଙ୍କିତା ଚଳଚ୍ଚିତ୍ର ମିଠା ମିଠା ଜରିଆରେ ଓଲିଉଡ୍ରେ ଏଂଟ୍ରି କରିଥିଲେ । ଆଉ ଏବେ ଏହି ସିନେମାରେ ଦ୍ୱିତୀୟ ଥର ପାଇଁ ତାଙ୍କୁ ନାୟିକା ଭାବେ ଦେଖିବାକୁ ମିଳିବ । ଜଣେ ଅବିବାହିତ ଝିଅ ଗର୍ଭବତୀ ହେଲେ ସମାଜ ତାକୁ କିଭଳି ଦୃଷ୍ଟିରେ ଦେଖେ, ପରିବାର ଲୋକ ତାକୁ କିଭଳି ମନୋଭାବ ପୋଷଣ କରନ୍ତି ଏବଂ ସମସ୍ତଙ୍କର ଦୃଷ୍ଟିଭଙ୍ଗୀ ପରିବର୍ତନ ସହ ନିଜକୁ ନାୟ ଦେବା ପାଇଁ ଝିଅଟି କଣ କରେ ତାହା ହିଁ ଏହି ଫିଲ୍ମର କଥାବସ୍ତୁ । ‘ମନ ଖାଲି ତତେ ଚାହଁ’ର କାହାଣୀ କୈଳାସ ସାହୁ ଲେଖିଥିବାବେଳେ, ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇଛନ୍ତି ନିମାଇଁ ଓଝା । ସମ୍ବିତ ଓ ଅଙ୍କିତାଙ୍କ ବ୍ୟତୀତ ଅଂଶୁମାନ, ପୃଥ୍ୱୀରାଜ ପ୍ରମୁଖ ଏଥିରେ ଭିନ୍ନ ଭିନ୍ନ ଚରିତ୍ରରେ ଅଭିନୟ କରିଛନ୍ତି । ସ୍ୱର୍ଗତ ଅଭିନେତ୍ରୀ ଅନୀତା ଦାସଙ୍କ ଅଭିନୟ ମଧ୍ୟ ଏହି ଫିଲ୍ମରେ ଦେଖିବାକୁ ମିଳିବ । ସିନେମାଟି ଅନୀତାଙ୍କ ଅଭିନୀତ ଶେଷ ଫିଲ୍ମ । ଯାହା ଆଗାମୀ ସିନେମା ‘ମନ ଖାଲି ତତେ ଚାହଁ’ରେ ଖୁବଶୀଘ୍ର ଦେଖିବାକୁ ମିଳିବ । ଗଣେଷ ପୂଜାରେ ପରଦାକୁ ଆସିବ ଚଳଚ୍ଚିତ୍ର ‘ମନ ଖାଲି ତତେ ଚାହଁ’ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More