Only for Entertainment

ରିଲିଜ୍ ହେଲା ଓଡିଆ ରୋମାଂଟିକ୍ ମ୍ୟୁଜିକ୍ ଭିଡିଓ ‘ଆୱାରା ଦିଲ୍’, ଦେଖନ୍ତୁ ଭିଡିଓ-

YOU TUBE
67

ରିଲିଜ୍ ହେଲା ଓଡିଆ ରୋମାଂଟିକ୍ ମ୍ୟୁଜିକ୍ ଭିଡିଓ ‘ଆୱାରା ଦିଲ୍’ । ଆମର ମ୍ୟୁଜିକ୍ ଓଡିଆରେ ମୁକ୍ତିଲାଭ କରିଛି ଏହି ରୋମାଂଟିକ୍ ଗୀତ । ଯେଉଁଥିରେ ରୋମାନ୍ସ କରିବାର ନଜର ଆସିଛନ୍ତି ରାକେଶ କୁମାର୍ ପାଢି ଓ ଶ୍ରଦ୍ଧା ପାଣିଗ୍ରାହି । ବିଘ୍ନାଂଜ୍ ବ୍ୟାଣ୍ଡ ଦ୍ୱାରା ଏହି ଗୀତଟି ପ୍ରସ୍ତୁତ କରାଯାଇଛି । ଯାହାକୁ ସ୍ରୋତା ପସନ୍ଦ କରୁଥିବା ଦେଖିବାକୁ ମିଳୁଛି ।

ଗୀତରେ ସ୍ଥାନ ପାଇଛି ଏକ ମନଛୁଆଁ ପ୍ରେମ କାହାଣୀ । ଯେଉଁଥିରେ ରୋମାନ୍ସ କରିବାରେ ନଜର ଆସିଛନ୍ତି ରାକେଶ କୁମାର୍ ଓ ଶ୍ରଦ୍ଧା ପାଣିଗ୍ରାହି । ଆକର୍ଷଣୀୟ ଲୋକେସନ୍ ସହ ଷ୍ଟାର୍ଙ୍କ ଗର୍ଜିଅସ୍ କଷ୍ଟ୍ୟୁମ୍ ଏହି ମ୍ୟୁଜିକ୍ ଭିଡିଓକୁ କରିଛି ଆହୁରି ଆଟ୍ରାକ୍ଟିଭ୍ । ଗୀତଟିକୁ ପ୍ରସ୍ତୁତ କରିଛନ୍ତି ବିଘ୍ନାଂଜ୍ ବ୍ୟାଣ୍ଡ । ବିଘ୍ନାଂଜ୍ ବ୍ୟାଣ୍ଡ ଏହି ଗୀତର ମ୍ୟୁଜିକ୍ ପ୍ରସ୍ତୁତ କରୁଥିବାବେଳେ ଏଥିରେ କଣ୍ଠଦାନ କରିଛନ୍ତି ଜି ଦୁର୍ଗା ପ୍ରସାଦ ଓ ଅମିତା ନାୟକ । ଏହି ମ୍ୟୁଜିକ୍ ଭିଡିଓର ନିର୍ଦ୍ଦେଶନା ଦେଇଛନ୍ତି ବାସୁଦେବ ଦଳାଇ । ଗୀତଟିକୁ ସ୍ରୋତା ପସନ୍ଦ କରୁଥିବା ଦେଖିବାକୁ ମିଳୁଛି । ସୋସିଆଲ୍ ମିଡିଆରେ ଏହି ଗୀତକୁ ସ୍ରୋତା ଢେର୍ ପସନ୍ଦ କରିଛନ୍ତି । ଗୀତଟି ରିଲିଜ୍ ହେବାର ୨୪ ଘଂଟା ଭିତରେ ଏହାକୁ ୟୁଟୁବରେ ପାଖପାଖି ୪୦ ହଜାର୍ ଦର୍ଶକ ଦେଖି ସାରିଲେଣି । ଆଗକୁ ଏହି ମ୍ୟୁଜିକ୍ ଭିଡିଓର ଚାହିଦା ଆହୁରି ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More